Corona Vaccination: ଆସନ୍ତା କାଲିଠାରୁ ରଜ୍ୟର ୪ ମହାନଗର ନିଗମରେ ହେବ ଟୀକାକରଣ, ୧୮ରୁ ୪୪ବର୍ଷ ବୟସ୍କ ନେବେ ଟୀକା

Share this:

ଭୂବନେଶ୍ଵର: ରାଜ୍ୟ ସରକାରଙ୍କ ପକ୍ଷରୁ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ମାଗଣାରେ କୋଭିଡ ଟିକା (Covid-19 Vaccine) ଦେବାପାଇଁ କରାଯାଇଥିବା ଘୋଷଣା ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ୪ଟି ମହାନଗରକୁ ୧ଲକ୍ଷ କୋଭିସିଲ୍‍ଡ (Covishield) ଟିକା ପ୍ରଦାନ କରାଯାଇଛି। ସେଥିମଧ୍ୟରେ କଟକକୁ ସର୍ବାଧିକ ୩୨ହଜାର ୮୦୦ ଡୋଜ୍‍ ଟିକା ଦିଆଯାଇଥିବାବେଳେ ରାଉରକେଲାକୁ ୨୭ହଜାର ୩୦୦, ସମ୍ବଲପୁରକୁ ୨୦ହଜାର ୯୦୦ ଏବଂ ବ୍ରହ୍ମୁରକୁ ୧୯ହଜାର ଡୋଜ୍‍ ଟିକା ଦିଆଯାଇଛି। ଏହି ଟିକାକରଣ ପ୍ରକ୍ରିୟା ଆସନ୍ତାକାଲିଠାରୁ ସମ୍ପୃକ୍ତ ମହାନଗର ଅଞ୍ଚଳରେ ଆରମ୍ଭ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାର ଜିଲାପାଳ, ମହାନଗର ଆୟୁକ୍ତ ଓ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଯାଇଛି।

ସୂଚନା ଅନୁସାରେ  ଏଥିଲାଗି ପୂର୍ବରୁ ଯେଉଁମାନେ କୋ-ୱିନ୍‍ ପୋର୍ଟାଲ (CoWin Portal) ରେ ନାମ ପଞ୍ଜିକରଣ କରିଥିବେ ସେମାନଙ୍କୁ ହିଁ ସକାଳ ୮ଟାରୁ ଅପରାହ୍ଣ ଗୋଟାଏ ମଧ୍ୟରେ ଟିକାକରଣ କରାଯିବ।

ସେହିପରି କଟକ ଜିଲ୍ଲାରେ କରୋନା ଟିକାକରଣ କାର୍ଯ୍ୟକ୍ରମ ବେଶ ସୁରୁଖୁରୁରେ ଚାଲିଛି। କଟକ ବଡ଼ଡାକ୍ତରଖାନା ସମେତ ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଟିକାକରଣ କରାଯାଉଛି। ଇତିମଧ୍ୟରେ କରୋନା ସମ୍ମୁଖ ଯୋଦ୍ଧାମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ସରିଛି। ଅପରପକ୍ଷେ ଟିକାଦାନ କେନ୍ଦ୍ରରେ ଭିଡ଼କୁ ଦୃଷ୍ଟିରେ ରଖି ତଥା ବରିଷ୍ଠ ଓ ୪୫ ବର୍ଷରୁ ଊର୍ଦ୍ଧ୍ୱ ବର୍ଗଙ୍କ ଦ୍ୱିତୀୟ ଡୋଜ ‍ଟିକାକରଣ ପାଇଁ ଆଜିଠାରୁ ସ୍ୱତନ୍ତ୍ର ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସହରର ସମସ୍ତ ଗୋଷ୍ଠୀ ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସମେତ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଦ୍ୱିତୀୟ ଡୋଜ୍‍ ଟିକାକରଣ ଚାଲିଛି। ଆଜିଠାରୁ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ସ୍ୱତନ୍ତ୍ର ଦ୍ୱିତୀୟ ଡୋଜ ‍ଟିକାକରଣ ଆରମ୍ଭ ହୋଇଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚାଲିବ।

[amazon_auto_links id=”10233″]

Also Read | Corona Vaccination: ଆଜିଠାରୁ ୧୮ବର୍ଷରୁ ଅଧିକ ଲୋକଙ୍କ ପାଇଁ ଟିକା ପଞ୍ଜୀକରଣ ଆରମ୍ଭ, କେଉଁଠାରେ ଏବଂ କିପରି କରିବେ Registration

Share this:

Leave a Reply

Your email address will not be published. Required fields are marked *