Odisha Covid19: ଆଜି ରାଜ୍ୟରେ ୧୬୮୩ ଜଣ କରୋନାରୁ ହେଲେ ମୁକ୍ତ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୧ ହଜାର ୬୮୩ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାର ୮୫୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୧୭ ଜଣ, କଟକରୁ ୧୦୪ ଜଣ, ଅନୁଗୋଳରୁ ୬୪ ଜଣ, ବରଗଡ଼ରୁ ୩୨ଜଣ, ଯାଜପୁରରୁ ୩୪  ଜଣ, ମୟୁରଭଞ୍ଜରୁ ୮୦ ଜଣ, ଭଦ୍ରକରୁ ୪୦ ଜଣ, ବାଲେଶ୍ଵରରୁ ୭୮ଜଣ, ଢେଙ୍କାନାଳରୁ ୫୨ଜଣ, ପୁରୀରୁ ୭୬ ଜଣ, ଜଗତସିଂପୁରରୁ ୫୫ ଜଣ, ରାୟଗଡାରୁ୧୪ ଜଣ, ଗଞ୍ଜାମରୁ ୨୬ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୨୦ ଜଣ, ନୟାଗଡରୁ ୩୪ ଜଣ, ସୋନପୁରରୁ ୨୩  ଜଣ, ବଲାଙ୍ଗୀରରୁ ୪୬ ଜଣ, ସୁନ୍ଦରଗଡରୁ୧୧୩ ଜଣ, ଝାରସୁଗୁଡାରୁ ୨୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୨ ଜଣ, କେନ୍ଦ୍ରାପଡା ୫୨ ଜଣ, କୋରାପୁଟରୁ ୬୧ ଜଣ, କେଉଁଝରରୁ ୫୯ ଜଣ, କନ୍ଧମାଳରୁ ୧୨ ଜଣ, ନୂଆପଡ଼ାରୁ ୭୬   ଜଣ, କଳାହାଣ୍ଡିରୁ ୮୩ ଜଣ, ବୌଦ୍ଧରୁ ୯୧ ଜଣ, ମାଲକାନଗିରି ଜିଲ୍ଲାରୁ ୩୩ ଜଣ, ଦେଓଗଡରୁ ୭ ଜଣ,ଗଜପତି ଜିଲ୍ଲାରୁ ୭ ଜଣ ଏବଂ ଷ୍ଟେଟ୍ ପୁଲରୁ ୩୫ ଜଣ ସୁସ୍ଥ ହୋଇଛନ୍ତି।

Also Read | Weather Report: ରାଜ୍ୟର ୪ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ, ଅନୁଗୋଳରେ ଶୀତ ଆରମ୍ଭ

Share this:

Leave a Reply

Your email address will not be published. Required fields are marked *