Matric Form Fill-up: ମ୍ୟାଟ୍ରିକ ପରୀକ୍ଷା ଫର୍ମ ଫିଲ୍‍ଅପ୍‍ ବିଜ୍ଞପ୍ତି ପ୍ରତ୍ୟାହାର, ଫର୍ମ ପୂରଣ ନେଇ ପରେ ପ୍ରକାଶ ପାଇବ ବିଜ୍ଞପ୍ତି

Share this:

କଟକ: ଆସନ୍ତା ମ୍ୟାଟ୍ରିକ୍‍ ପରୀକ୍ଷା ଫର୍ମ ଫିଲ୍‍ଅପ୍‍ ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଧ୍ୟମିକ ଶିକ୍ଷା ପରିଷଦ (BSE) କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ (Board Of Secondary Education) ଆସନ୍ତା ୯ ତାରିଖରୁ ମାଟ୍ରିକ୍‍ ପରୀକ୍ଷା ପାଇଁ ଫର୍ମ ଫିଲ୍‍ଅପ୍‍ ଆରମ୍ଭ କରିବାକୁ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା। କରୋନା ମହାମାରୀ (Corona Pandemic) ପାଇଁ ଯେତେବେଳେ ସ୍କୁଲରେ ପାଠପଢ଼ା ବନ୍ଦ ହୋଇଛି ସେଠାରେ ପରୀକ୍ଷା କିପରି ହେବ ବୋଲି ପ୍ରଶ୍ନ ଉଠାଇ ଓଷ୍ଟା ଏବଂ ଅଭିଭାବକଙ୍କ ପକ୍ଷରୁ ସମାଲୋଚନା ଓ ଅଭିଯୋଗ କରାଯାଇଥିଲା।

ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପରେ ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଇତିମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫର୍ମପୂରଣ ସ୍ଥଗିତ ରଖାଯିବା ନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ମ୍ୟାଟ୍ରିକ ପରୀକ୍ଷା ଫର୍ମପୂରଣ କେବେ ଆରମ୍ଭ ହେବ ସେ ନେଇ ପରିବର୍ତ୍ତୀ ସମୟରେ ବିଜ୍ଞପ୍ତି ଦିଆଯିବ ବୋଲି କହୁାଯାଇଛି।

Also Read | School Reopen: ରାଜ୍ୟରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

Share this:

Leave a Reply

Your email address will not be published. Required fields are marked *