Jana Aushadhalaya: ଜନଷୌଧି କେନ୍ଦ୍ରର ଔଷଧ ବ୍ୟବହାର କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଦେଶବ୍ୟାପି ଥିବା ବିଭିନ୍ନ ଜନଷୌଧି କେନ୍ଦ୍ରର (Jana Aushadhalaya) ଔଷଧ ବ୍ୟବହାର କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଜନୌଷଧି ଦିବସ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହକୁ ଶ୍ରୀ ମୋଦି ଆଜି ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଉଦ୍‍ବୋଧନ ଦେଇ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଆଜିକାର ବ୍ୟୟବହୁଳ ଚିକିତ୍ସା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ଯୋଜନା ଗରିବ ଲୋକଙ୍କୁ ଏକ ବଡ ଆଶ୍ୱସ୍ତି ଆଣିଦେଇଛି। ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଜନସାଧାରଣଙ୍କର ୯ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଞ୍ଚୟ ହୋଇପାରିଛି। ଏହି ଜନୌଷଧି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଗରିବ ଓ ମଧ୍ୟବିତ୍ତ ପରିବାରର ଲୋକଙ୍କର ବାର୍ଷିକ ପ୍ରାୟ ୩ହଜାର ୬ଶହ କୋଟି ଟଙ୍କା ସଞ୍ଚୟ ହୋଇପାରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଜନୌଷଧି ସୁବିଧା ସାନିଟାରୀ ନାପ୍‍କିନ୍‍ ଏବେ ମାତ୍ର ୧ ଟଙ୍କାରେ ଉପଲବ୍ଧ ହେଉଛି। ସେହିଭଳି ଏହି ଯୋଜନା ଦ୍ୱାରା କେବଳ ଲୋକମାନଙ୍କର ଚିକିତ୍ସା ଲାଗି ଔଷଧ ଯୋଗାଇ ଦିଆଯାଉ ନାହିଁ ବରଂ ଏହା ମାଧ୍ୟମରେ ଯୁବବର୍ଗଙ୍କ ଲାଗି ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରୁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାଛଡା ଦେଶବ୍ୟାପୀ ମହିଳାମାନେ ବର୍ତ୍ତମାନ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ଜନୌଷଧି କେନ୍ଦ୍ର ପରିଚାଳନା କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।

[amazon_auto_links id=”9939″]

 Also Read | Covid-19 India: ଭାରତରେ ପୁଣି ଥରେ କରୋନା ତୀବ୍ର, ପାଞ୍ଚ ରାଜ୍ୟରେ ୮୨ ପ୍ରତିଶତ ନୂଆ ମାମଲା

Share this: