Corona Virus Angul: ଆଜି ଅନୁଗୁଳରୁ ପୁଣି ୪୯୭ ଜଣ କରୋନା ପଜିଟିଭ ଚିହ୍ନଟ, ୫୯୮ ସୁସ୍ଥ,ମୋଟ ୪୩ ଜଣଙ୍କ ମୃତ୍ୟୁ

Share this:

ଅନୁଗୁଳ: ଆଜି ଅନୁଗୁଳ (Angul) ଜିଲ୍ଲାରେ ୪୯୭ ଜଣ ନୂଆ କରୋନା ପଜିଟିଭ (Corona Virus Positive) ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦ହଜାର ୪୦୪ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ  ସଂଖ୍ୟା ୫୦୫ ରେ ପହଂଚିଛି।

ସେହିପରି ଆଜି ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ  ମଧ୍ୟରେ ଛେଣ୍ଡିପଦା ବ୍ଳକ୍‌ ଅଂଚଳରୁ ୭୩ଜଣ (୩୯ଜଣ ପୁରୁଷ ଓ ୩୪ଜଣ ମହିଳା), ବଅଁରପାଳ ବ୍ଳକ୍ ଅଂଚଳରୁ ୭୧ଜଣ (୪୭ଜଣ ପୁରୁଷ ଓ ୨୪ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୬୩ଜଣ (୪୫ଜଣ ପୁରୁଷ ଓ ୧୮ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୫୫ଜଣ (୩୭ଜଣ ପୁରୁଷ ଓ ୧୮ଜଣ ମହିଳା), ଅନୁଗୁଳ ପୌରାଞ୍ଚଳରୁ ୫୫ଜଣ (୩୫ଜଣ ପୁରୁଷ ଓ ୨୦ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୪୭ଜଣ (୩୧ଜଣ ପୁରୁଷ ଓ ୧୬ଜଣ ମହିଳା), କଣିହାଁ ବ୍ଲକ ଅଂଚଳରୁ ୪୬ଜଣ (୩୪ଜଣ ପୁରୁଷ ଓ୧୨ ଜଣ ମହିଳା), କିଶୋରନଗର ବ୍ଳକ୍‌ ଅଂଚଳରୁ ୩୬ଜଣ (୧୯ଜଣ ପୁରୁଷ ଓ ୧୭ଜଣ ମହିଳା), ଅନୁଗୁଳ ବ୍ଲକ୍ ଅଂଚଳରୁ ୨୪ଜଣ (୧୫ଜଣ ପୁରୁଷ ଓ ୯ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୧୮ଜଣ (୧୦ଜଣ ପୁରୁଷ ଓ ୮ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୯ଜଣ (୬ଜଣ ପୁରୁଷ ଓ ୩ଜଣ ମହିଳା) ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୮୮ ଜଣଂକୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ୫୯୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୩ ଜଣ ମୃତ୍ୟୁବରଣ କଲେଣି।

ଅପରାହ୍ନରେ ଜିଲ୍ଲାପାଳ କରୋନା ସ୍ଥିତି ନେଇ ସମୀକ୍ଷା କରିଥିଲେ। ପ୍ରତିଦିନ ସକାଳ ବେଳା Enforcement କୁ ଜୋରଦାର କରିବା ସହ ଚିକିତ୍ସିତ ହେଉଥିବା ଆକ୍ରାନ୍ତମାନଂକର ସ୍ଥିତିକୁ ନିୟମିତ ତଦାରଖ କରିବାକୁ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ, ଏ ଡି ଏମ୍ ଓ ଡା. ଧନଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Also Read | Corona Virus: ଜୈବିକ ଯୁଦ୍ଧ ପାଇଁ ଚୀନ୍ ୨୦୧୫ରେ କରୋନା ଭୂତାଣୁ ପ୍ରସ୍ତୁତ କରିଥିଲା ​

Share this: