Covid19 Odisha: ଓଡ଼ିଶାରେ ସଂକ୍ରମଣ କମିଛି, ଆଜି ୯ହଜାର ୭୯୩ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଆଜି ରାଜ୍ୟରେ ୧୦ ହଜାର ତଳକୁ ଖସିଛି କରୋନା (Corona Virus) ସଂକ୍ରମିତ। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ପୁଣି ୯ହଜାର ୭୯୩ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୫୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୨୫୯ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧ହଜାର ୫୧୧ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫୨୬ଜଣ, ବାଲେଶ୍ଵରରୁ ୩୧୪ ଜଣ, ବରଗଡ଼ରୁ ୨୭୦ଜଣ, ଭଦ୍ରକରୁ ୫୨ଜଣ, ବଲାଙ୍ଗୀରିରୁ ୩୪୨ଜଣ, ବୌଦ୍ଧରୁ ୧୫୨ଜଣ, କଟକରୁ ୬୪୧ଜଣ, ଦେଓଗଡ଼ରୁ ୧୨୫ଜଣ, ଢେଙ୍କାନାଳରୁ ୯୧ଜଣ, ଗଜପତିରୁ ୧୧୧ଜଣ, ଗଞ୍ଜାମରୁ ୨୭୬ଜଣ, ଜଗତସିଂପୁରରୁ ୧୮୯ଜଣ, ଯାଜପୁରରୁ ୩୭୬ଜଣ, ଝାରସୁଗୁଡାରୁ ୪୦୪ଜଣ, କଳାହାଣ୍ଡିରୁ ୨୨୪ଜଣ, କନ୍ଧମାଳରୁ ୧୦୧ଜଣ, କେଉଁଝରରୁ ୨୪୪ଜଣ, କୋରାପୁଟରୁ ୧୭୪ଜଣ, କେନ୍ଦ୍ରାପଡ଼ାରୁ ୧୫୮ଜଣ, ମୟୁରଭଞ୍ଜରୁ ୧୯୯ଜଣ, ମାଲକାନଗିରିରୁ ୬୩ଜଣ, ନବରଙ୍ଗପୁରରୁ ୩୦୨ ଜଣ, ନୟାଗଡ଼ରୁ ୨୫୪ଜଣ, ନୂଆପଡ଼ାରୁ ୪୦୧ଜଣ, ପୁରୀରୁ ୩୫୧ଜଣ, ରାୟଗଡାରୁ ୧୪୮ଜଣ, ସମ୍ବଲପୁରରୁ ୩୫୬ଜଣ, ସୋନପୁରରୁ ୧୪୦ଜଣ, ସୁନ୍ଦରଗଡରୁ ୧୦୧୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୮୦ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୬ ଲକ୍ଷ ୧୨ହଜାର୪୫୬ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୫ ଲକ୍ଷ ୫୪ ହଜାର ୬୬୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି୯୭୦୬ ସୁସ୍ଥ ହେବା ସହିତ ମୋଟ ୪ଲକ୍ଷ ୫୭ ହଜାର ୫୬୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୪ହଜାର ୮୨୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Corona Virus: ଜୈବିକ ଯୁଦ୍ଧ ପାଇଁ ଚୀନ୍ ୨୦୧୫ରେ କରୋନା ଭୂତାଣୁ ପ୍ରସ୍ତୁତ କରିଥିଲା ​​

Share this: