Covid-19 Odisha:ରାଜ୍ୟରୁ ଆଜି କରୋନାରେ ୧୮ଜଣଙ୍କ ମୃତ୍ୟୁ, ଅନୁଗୁଳରୁ ସର୍ବାଧିକ

Share this:

ଭୂବନେଶ୍ଵର: ଆଜି ୧୮ ଜଣ କରୋନା ଆକ୍ରାନ୍ତ (Corona Virus) ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅନୁଗୁଳରୁ ସର୍ବାଧିକ ୪ ଜଣ ରହିଥିବାବେଳେ, ଖୋର୍ଦ୍ଧାରୁ ୩ ଜଣ, କଳାହାଣ୍ଡି, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ଼, ଗଜପତି, ମାଲକାନଗିରି ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୨୧୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ ଗତକାଲି ରାଜ୍ୟରେ ଆଉ ୯ହଜାର ୭୦୬ଜଣ କରୋନା ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି। ଫଳରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୪ଲକ୍ଷ ୫୭ହଜାର ୫୬୯ରେ ପହଞ୍ଚିଛି ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି।

 

Also Read | Corona Virus: ଜୈବିକ ଯୁଦ୍ଧ ପାଇଁ ଚୀନ୍ ୨୦୧୫ରେ କରୋନା ଭୂତାଣୁ ପ୍ରସ୍ତୁତ କରିଥିଲା ​​

Share this:

Leave a Reply

Your email address will not be published. Required fields are marked *