Cuttack:ତିର୍ତ୍ତୋଲ ନାବାଳିକା ଘଟଣାରେ ଦୁଇ ଗିରଫ; କଂଗ୍ରେସ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ

Share this:

କଟକ: କଟକ (Cuttack) ର ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଗତିରାଉତପାଟଣାର ଏକ ପରିତ୍ୟକ୍ତ ଘରେ ତିର୍ତୋଲ ଅଂଚଳର ଜଣେ ନାବାଳିକାକୁ ଦୀର୍ଘ ୨୨ ଦିନ ବନ୍ଦି କରି ରଖି ଦୁଷ୍କର୍ମ ଅଭିଯୋଗ ମାମଲାରେ ଦୁଇଜଣଙ୍କୁ ଆଜି ଗିରଫ କରାଯାଇଛି।

କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି, ଉଭୟ ଅଭିଯୁକ୍ତ ଓ ପୀଡିତାଙ୍କର ମେଡିକାଲ ଯାଞ୍ଚ କରାଯାଇଛି। ସାଇଣ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ତଥ୍ୟ ପ୍ରମାଣ ସଂଗ୍ରହ କରିଛି। ଏହି ଘଟଣାଟି ପୋକ୍‍ସୋ ଆଇନରେ ମାମଲା ରୁଜୁ ହୋଇଛି। ପୀଡିତାଙ୍କୁ ଉଦ୍ଧାର କରାଯାଇ ବସୁନ୍ଧରା ଚାଇଲ୍ଡ ଲାଇନରେ ରଖାଯାଇଛି। ପୀଡିତାଙ୍କର ଡାକ୍ତରୀମାଇନା ଶେଷ ହୋଇଛି। ଧାରା ୧୬୨ ଓ ୧୬୪ରେ ପୀଡିତାଙ୍କର ବୟାନ ରେକର୍ଡ କରାଯାଇଛି। ଅଭିଯୁକ୍ତ ବ୍ୟବହାର କରୁଥିବା ମୋବାଇଲର ଫରେନ୍‍ସିକ୍‍ ଯାଞ୍ଚ କରାଯାଇଛି।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗକକୁ ନେଇ କଂଗ୍ରେସ ଦଳ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି। ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ ଆଜି କଂଗ୍ରେସର ଏକ ୫ ଜଣିଆ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମଶନଙ୍କ ଉଦ୍ଦେଶ୍ୟରେ ରେଜିଷ୍ଟ୍ରାରଙ୍କୁ ଏକ ସ୍ମାରକ ପତ୍ରପ୍ରଦାନ କରିଛନ୍ତି। ତୁରନ୍ତ ପୀଡିତା ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତି ପୂରଣ, ସାମାଜିକ ସୁରକ୍ଷାରେ ପରିବାରକୁ ସାମିଲ କରିବା ସହିତ ପୀଡିତା ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ତା’ର ସମସ୍ତ ଭରଣପୋଷଣ ଖର୍ଚ୍ଚ ଓ ମାଗଣା ଶିକ୍ଷା ଯୋଗାଇ ଦେବାକୁ କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଛି।

Also Read | Vigilance:କରୋଡ଼ପତି ହିନ୍ଦୀ ଶିକ୍ଷକ ଗିରଫ

Share this: