Odisha Covid-19: ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୫୨୧ ଜଣ,ସୁନ୍ଦରଗଡ଼ରୁ ସର୍ବାଧିକ

Share this:

ଭୁବନେଶ୍ଵର: ଆଜି ରାଜ୍ୟରେ ୪ ହଜାର ୫୨୧ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୭୫ ହଜାର ୭୨୧କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସୁନ୍ଦରଗଡରୁ ୭୨୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୯୬ଜଣ, ନୂଆପଡ଼ାରୁ ୩୬୬ଜଣ, ବଲାଙ୍ଗୀରରୁ ୩୨୦ଜଣ, କଳାହାଣ୍ଡିରୁ ୨୭୨ଜଣ, କଟକରୁ ୨୫୩ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୨୪୧ଜଣ, ପୁରୀରୁ ୧୯୨ଜଣ, ବରଗଡ଼ରୁ ୧୯୧ଜଣ, ଝାରସୁଗୁଡାରୁ ୧୬୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫୦ଜଣ, କେଉଁଝରରୁ ୧୦୧ଜଣ, ଯାଜପୁରରୁ ୯୩ଜଣ, ମୟୁରଭଞ୍ଜରୁ ୮୬ଜଣ, କେନ୍ଦ୍ରାପଡା ୮୫ଜଣ, ରାୟଗଡାରୁ ୮୫ଜଣ, ନୟାଗଡରୁ ୭୨ଜଣ, ଗଞ୍ଜାମରୁ ୫୭ଜଣ, ଜଗତସିଂପୁରରୁ ୪୯ଜଣ, ଅନୁଗୋଳ, ଭଦ୍ରକ ଓ ଗଜପତି ଜିଲ୍ଲାରୁ ୪୩ଜଣ ଲେଖାଏଁ, ସୋନପୁରରୁ ୪୨ଜଣ, ବାଲେଶ୍ଵରରୁ ୩୯ଜଣ, କୋରାପୁଟରୁ ୨୭ଜଣ, ଦେଓଗଡରୁ ୨୧ଜଣ, କନ୍ଧମାଳରୁ ୨୦ଜଣ, ଢେଙ୍କାନାଳରୁ ୧୯ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ  ଏବଂ ଷ୍ଟେଟ୍ ପୁଲରୁ ୧୨୫ ଜଣ ସୁସ୍ଥ ହୋଇଛନ୍ତି।

Also Read | Corona Odisha: ଓଡ଼ିଶାରେ କରୋନା ବିସ୍ପୋଟକ, ଆଜି ରାଜ୍ୟରୁ ସର୍ବାଧିକ ୮ହଜାର ୩୮୬ଜଣ ଚିହ୍ନଟ

Share this: