Covid Cases in Odisha 2022: ଓଡିଶାରୁ ଆଜି ୨୭୫ କୋଭିଡ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: Covid cases in Odisha State Dashboard in last 24 hours district wise ଓଡ଼ିଶାରେ ଦିନେ ବଢିଲେ ଦିନେ କମୁଛି କରୋନା ସଂକ୍ରମଣ। ଗତକାଲି ରାଜ୍ୟରୁ ୨୩୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୨୭୫ଜଣ ଚିହ୍ନଟ ହୋଇଛନ୍ତି। ଯାହାକି କାଲି ତୁଳନାରେ ଆଜି ଅଧିକ ସଂକ୍ରମିତ ହୋଇଛନ୍ତି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୪୫ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୧୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସଚେତନତା ହିଁ କୋଭିଡରୁ ଆପଣଙ୍କୁ ସୁରକ୍ଷିତ କରିବ। ନିୟମିତ ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ ନିୟମ ପାଳନ ଦିଗରେ ସଚେତନ ହୁଅନ୍ତୁ ଏବଂ ଏହାକୁ କଡ଼ାକଡ଼ି ପାଳନ କରନ୍ତୁ। ଏଥିସହିତ ଜ୍ଵର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ପରୀକ୍ଷା କରି ପୃଥକବାସରେ ରୁହନ୍ତୁ। କୋଭିଡ୍ ନିୟମ ଅନୁପାଳନ ସହ ସତର୍କତା ଅବଲମ୍ବନ କରନ୍ତୁ। କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

mahimalive news

ଆଜି ବାଲେଶ୍ଵରରୁ ୧୨ଜଣ, ବରଗଡ଼ରୁ ୧୦ଜଣ, ଭଦ୍ରକରୁ ୩ଜଣ, ବଲାଙ୍ଗୀରରୁ ୯ଜଣ, ବୌଦରୁ ୨ଜଣ, କଟକରୁ ୨୯ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗଡରୁ ୨ଜଣ, ଗଞ୍ଜାମରୁ ୩ଜଣ, ଜଗତସିଂପୁରରୁ ୪ଜଣ, ଯାଜପୁରରୁ ୮ଜଣ, ଝରସୁଗୁଡରୁ ୨ଜଣ, କଳାହାଣ୍ଡିରୁ ୭ଜଣ, କେନ୍ଦ୍ରାପଡାରୁ ଜଣେ, କେଉଁଝରରୁ ୫ଜଣ, ଖୋର୍ଦ୍ଧାରୁ ୬୪ଜଣ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ୭ଜଣ, ନବରଙ୍ଗପୁରରୁ ୧୩ଜଣ, ନୟାଗଡରୁ ୫ଜଣ, ନୂଆପଡ଼ାରୁ ୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୮ଜଣ, ରାୟଗଡାରୁ ୩ଜଣ, ସମ୍ବଲପୁରରୁ ୧୦ଜଣ, ସୋନପୁରରୁ ୩ଜଣ, ସୁନ୍ଦରଗଡରୁ ୪୨ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୧୫ଜଣ ଚିହ୍ନଟ ହୋଇଛନ୍ତି।

Read Also | Kalia Yojana New List 2022: ନୂଆଖାଇରେ ମିଳିବ କାଳିଆ ସହାୟତା କିସ୍ତି

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୧ ଲକ୍ଷ ୭୯ ହଜାର ୭୧୫ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୨୭ ହଜାର ୬୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩୦୨ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୧୬ ହଜାର ୪୭୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯୫୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *