Women’s Day: ଭାରତ ଦେଶର ମହିଳାମାନଙ୍କର ଉଲବ୍ଧିକୁ ନେଇ ଗୌରବାନ୍ୱିତ: ପ୍ରଧାନମନ୍ତ୍ରୀ

Share this:

ମାଆ ମାନେ ହେଲେ ଜନ୍ମଜାତ ନେତା: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତୀକ ମହିଳା ଦିବସ (Women’s Day)। ବିଶ୍ୱରେ ଲିଙ୍ଗଗତ ସମାନତା, ମହିଳାମାନଙ୍କର ଉପଲବ୍ଧି ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ଉପସ୍ଥିତିକୁ ଦର୍ଶାଇବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ପାଳନ କରାଯାଉଛି। ସାଂସ୍କୃତିକ, ରାଜନୈତିକ, ଆର୍ଥିକ ଏବଂ ସାମାଜିକ ଜୀବନରେ ମହିଳାମାନଙ୍କର ଉପଲବ୍ଧିକୁ ଗୁରୁତ୍ୱ ଦେଇ ଏହି ଦିବସ ପାଳନ କରାଯାଉଛି।

ଚଳିତ ବର୍ଷ ମହିଳା ଦିବସର ବାର୍ତ୍ତା ହେଉଛି – “ମହିଳା ନେତୃତ୍ୱ : କୋଭିଡ୍‍ ନାଇଣ୍ଟିନ୍‍ ବିଶ୍ୱରେ ସମାନ ଭବିଷ୍ୟତ ପ୍ରାପ୍ତି”(To highlight the challenges brought on by the COVID-19 pandemic )।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ମହିଳାମାନଙ୍କର ଅଦମ୍ୟ ସାହସକୁ ପ୍ରଣାମ କରିଛନ୍ତି। ନିଜ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଭାରତ ଦେଶର ମହିଳାମାନଙ୍କର ଉଲବ୍ଧିକୁ ନେଇ ଗୌରବାନ୍ୱିତ। ସେ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ମହିଳା ସଶକ୍ତିକରଣକୁ ଆଗକୁ ବଢ଼ାଇ ନେବା ଦିଗରେ କାର୍ଯ୍ୟ କରିବା ତାଙ୍କ ସରକାରଙ୍କର ହେଉଛି ସମ୍ମାନର ବିଷୟ।

ସେହିପରି ମା ମାନଙ୍କୁ ଜନ୍ମଜାତ ନେତା ବୋଲି କହିବା ସହ ଦଳର ସବୁ କାର୍ଯ୍ୟକ୍ରମରେ ମା ମାନେ ହିଁ ଫୋକସରେ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) କହିଛନ୍ତି। ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବିଜେଡି ମହିଳାମୋର୍ଚ୍ଚା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ ଏହା କହିଛନ୍ତି। ସେ କହିଛନ୍ତି ନବେ ଦଶକରେ ମା ମାନଙ୍କ ଅଧିକାର ପାଇଁ ବିଜୁବାବୁ (Biju Babu) ସାରା ଦେଶରେ ଐତିହାସିକ ପଦକ୍ଷେପ ନେଇଥିଲେ। ତାକୁ ଆମେ ଆହୁରି ଆଗକୁ ନେଇ ପାଞ୍ଚାୟତ ଓ ପୌର ସଂସ୍ଥା ମାନଙ୍କରେ ପଚାଶ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛୁ। ମା ମାନଙ୍କ ସ୍ଵପ୍ନକୁ  ସାକାର କରିବା ପାଇଁ ବିଜୁ ଜନତା ଦଳ (BJD) ସମର୍ପିତ ହୋଇ କାମ କରୁଛି। ମା ମାନେ ହେଉଛନ୍ତି ଜନ୍ମଜାତ ନେତା। ଘରର ଦାୟିତ୍ୱ, ପିଲାଙ୍କ ଦାୟିତ୍ୱ ଯିଏ ଠିକ ଭାବରେ ନେଇ ପାରୁଛି ଦେଶ ଓ ସମାଜର ଦାୟିତ୍ୱ ନେବାରେ ତା ପାଇଁ କିଛି ଅସୁବିଧା ନାହିଁ। ଆମକୁ ତାର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେବ। ତାର ଶକ୍ତିକୁ ଦେଶର ବିକାଶରେ ଉପଯୋଗ କରିବାକୁ ହେବ।

ସେ କହିଛନ୍ତି ଯେ ମା ମାନଙ୍କ ପାଇଁ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ଦାବି କରି ଆସୁଛି। ଏ ଦାବି ବିଷୟରେ ଆମେ ସାରା ଦେଶର ମା ମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁଛୁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିନା ସୁଧରେ ଋଣ ହେଉ ବା ୫ ହଜାର କୋଟି ଟଙ୍କାର ସରକାରୀ କାମ, ମା ମାନଙ୍କ ପାଇଁ ୭ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା, ମା ମାନଙ୍କ କଲ୍ୟାଣ ପାଇଁ ଜମି ଅଧିକାର, ସମ୍ପତ୍ତି ଅଧିକାର, ରେଶନ କାର୍ଡ, ଝିଅ ମାନଙ୍କ ପଢିବା ପାଇଁ ବୃତ୍ତି, ହଷ୍ଟେଲ, ୱାର୍କିଂ ମହିଳା ହଷ୍ଟେଲ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି।

[amazon_auto_links id=”9939″]

Also Read | Corona Vaccination India:କରୋନା ଟିକାକରଣ କ୍ଷେତ୍ରରେ ଭାରତ ସଫଳ, ୨ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଟିକା ପ୍ରଦାନ

Share this: