France Coronavirus: ଫ୍ରାନ୍ସରେ ଦିନକୁ ୫୩ ହଜାରରୁ ଉର୍ଦ୍ଧ୍ଵ ନୂଆ କରୋନା ସଂକ୍ରମିତ ହେଉଛନ୍ତି ଚିହ୍ନଟ, WHO ର ଚେତାବନୀ

Share this:

ଫ୍ରାନ୍ସ (France) ରେ ଲକଡାଉନ୍ ର ପ୍ରଭାବ ଦିଶୁନାହିଁ। ଦ୍ୱିତୀୟ ଲକଡାଉନ୍ (Second Lockdown) ଲାଗୁ ହେବାର ପ୍ରାୟ ଏକ ସପ୍ତାହ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ସଂକ୍ରମଣ ହାରରେ କୋଣସି ହ୍ରାସ ହୋଇନାହିଁ। ସୋମବାର ଦିନ ୫୨ ହଜାର ୫୧୮ ମାମଲା ହୋଇଥିଲା। ଏହି ସମୟରେ ଏକ ହଜାର ଲୋକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପକ୍ଷରେ, ଲକଡାଉନ୍ ସତ୍ତ୍ଵେ ମାମଲା ବଢିବା ପରେ ଇମାନୁଏଲ୍ ମାକ୍ରୋନ (Emmanuel Macron) ସରକାର ଚାପରେ ଅଛନ୍ତି। ଲୋକମାନେ କହିଛନ୍ତି ଯେ ଏହା ପ୍ରଭାବହୀନ ବୋଲି ପ୍ରମାଣ କରୁଥିବାରୁ ଲକଡାଉନ୍ ଉଠାଯିବା ଉଚିତ୍।  ଦେଶରେ ମୋଟ ମାମଲା ବର୍ତ୍ତମାନ ୧୪ ଲକ୍ଷ ୬୬ ହଜାର ୪୩୩ ଅଟେ।

WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡେନୋମ ଗ୍ରାବ୍ରିସସ୍ (Tedros Adhanom Ghebreyesus ) ପୁଣି ଥରେ ଚେତାବନୀ ଦେଇଛିନ୍ତି ଏହି ସମୟରେ ଦେଶଗୁଡ଼ିକ କଠୋରତା ଦେଖାଇବା ଉଚିତ। କାରଣ, ଯଦି ଆପଣ ବର୍ତ୍ତମାନ ପଦକ୍ଷେପ ନ ନିଅନ୍ତି, ତେବେ ପରିସ୍ଥିତି ହାତରୁ ଖସିପାରେ। ବର୍ତ୍ତମାନ ସମୟ ଆସିଛି ଯେତେବେଳେ ବିଶ୍ଵ ନେତାମାନଙ୍କୁ ଆଗକୁ ଆସି ଏହି ମହାମାରୀ ସହିତ ଲଢିବାକୁ ପଡ଼ିବ।

Also Read| Australia Covid 19: ୫ ମାସ ପରେ ପ୍ରଥମ ଥର ପାଇଁ, ଆଜି ଅଷ୍ଟ୍ରେଲିଆରୁ କୋଣସି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି

Share this: