Odisha Covid-19: ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୩୦୩ ଜଣ

Share this:

ଭୁବନେଶ୍ଵର: ରାଜ୍ୟରେ ଗତକାଲି ୧ ହଜାର ୧୩୦୩ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧ ହଜାର ୭୭୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୯୬ ଜଣ, କଟକରୁ ୧୦୮ ଜଣ, ଅନୁଗୋଳରୁ ୧୦୩ ଜଣ, ବରଗଡ଼ରୁ ୩୭ ଜଣ, ଯାଜପୁରରୁ ୩୦ ଜଣ, ମୟୁରଭଞ୍ଜରୁ ୧୦୧ ଜଣ, ଭଦ୍ରକରୁ ୨ ଜଣ, ବାଲେଶ୍ଵରରୁ ୫୪ ଜଣ, ଢେଙ୍କାନାଳରୁ ୧୧ ଜଣ, ପୁରୀରୁ ୩୪ ଜଣ, ଜଗତସିଂପୁରରୁ ୫୫ ଜଣ, ରାୟଗଡାରୁ ୧୪ ଜଣ, ଗଞ୍ଜାମରୁ ୨୬ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୩୨ ଜଣ, ନୟାଗଡରୁ ୪୦ ଜଣ, ସୋନପୁରରୁ ୨୫ ଜଣ, ବଲାଙ୍ଗୀରରୁ ୪୬ ଜଣ, ସୁନ୍ଦରଗଡରୁ ୯୭ ଜଣ, ଝାରସୁଗୁଡାରୁ ୮୬ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୨ ଜଣ, କେନ୍ଦ୍ରାପଡା ୫୩ ଜଣ, କୋରାପୁଟରୁ ୩୮ ଜଣ, କେଉଁଝରରୁ ୫୦ ଜଣ, କନ୍ଧମାଳରୁ ୯ ଜଣ, ନୂଆପଡ଼ାରୁ ୩୭ ଜଣ, କଳାହାଣ୍ଡିରୁ ୪୭ ଜଣ, ମାଲକାନଗିରି ଜିଲ୍ଲାରୁ ୧୦ ଜଣ, ଦେଓଗଡରୁ ୩ ଜଣ, ଗଜପତି ଜିଲ୍ଲାରୁ ୪ ଜଣ ଏବଂ ଷ୍ଟେଟ୍ ପୁଲରୁ ୨୬ ଜଣ ସୁସ୍ଥ ହୋଇଛନ୍ତି।

Also Read| LL: ଆର୍‍ଟିଓରେ ଆଜିଠୁ ହେବ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ, ପୂର୍ବରୁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ମିଳବ ସୁଯୋଗ

[amazon_auto_links id=”9932″]

Share this: