IPL 2020: CSK ବ୍ୟାଟ୍ସମ୍ୟାନ୍ କୁ ପରବର୍ତ୍ତୀ ମ୍ୟାଚ୍ ରେ ଗ୍ଲୁକୋଜ ଖାଇ ବ୍ୟାଟିଂ କରିବାକୁ ଆସ ବୋଲି କହିଲେ ବିରେନ୍ଦ୍ର ସେହୱାଗ

Share this:

ମୁମ୍ବାଇ: ୟୁଏଇ (UAE) ରେ ଚାଲୁଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୦ (IPL) ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଜିତି ଏକ ଭଲ ଆରମ୍ଭ କରିଥିଲା।  କିନ୍ତୁ ଏହା ପରେ ଦଳ କ୍ରମାଗତ ଦୁଇଟି ମ୍ୟାଚ୍ ପରାଜୟର ସାମନା କରିବାକୁ ପଡିଛି। ଉଭୟ ବୋଲିଂ ଏବଂ ବ୍ୟାଟିଂ ବିଭାଗରେ ସିଏସ୍‌କେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି।  ଏହି ପରିସ୍ଥିତିରେ ଭାରତର ପୂର୍ବତନ ସଫଳ ଅଧିନାୟକ ଥିବା ମହେନ୍ଦ୍ର ସିଂ ଧୋନି (MS Dhoni) ଙ୍କୁ  ମଧ୍ୟ ରଣନୀତି ଏବଂ ବ୍ୟାଟିଂ ଅର୍ଡର ସମ୍ପର୍କରେ ପଚରାଯାଉଛି।

ପୂର୍ବତନ କ୍ରିକେଟର ବିରେନ୍ଦର ସେହୱାଗ(Virendra Sehwag) ଧୋନିଙ୍କ ଅଧିନାୟକତ୍ୱକୁ ୧୦ ନମ୍ବର ରୁ ୪ ଦେଇଛନ୍ତି। ଶୁକ୍ରବାରରେ ଦିଲ୍ଲୀ ରାଜଧାନୀ (Delhi Capitals) ବିପକ୍ଷରେ ପରାଜୟ ପରେ ସେ ସିଏସକେ ବ୍ୟାଟ୍ସମ୍ୟାନ ମାନଙ୍କୁ ସୋସିଆଲ ମିଡିଆ (Social Media) ରେ ଟ୍ରୋଲ କରିଛନ୍ତି। ବିରୁ ଟ୍ୱିଟରରେ ଲେଖିଛନ୍ତି ଯେ ସିଏସକେ ବ୍ୟାଟ୍ସମ୍ୟାନ୍ ମାନେ ଦଳର  ପରବର୍ତ୍ତୀ ମ୍ୟାଚରେ ଗ୍ଲୁକୋଜ (Glucose) ଚଢେଇକି ଖେଳିବାକୁ  ପଡିଆକୁ ଆସିବା ଉଚିତ୍।

Also Read:

IPL 2020: ଅନୁଷ୍କାଙ୍କ ଜବାବପରେ, ଗାଭାସ୍କରଙ୍କ ସଫେଇ ସେ ମହିଳା ବିରୋଧୀ ବିବୃତ୍ତି ଦେଇ ନାହାଁନ୍ତି; ଜାଣନ୍ତୁ କଣ କହିଛନ୍ତି ଗାଭାସ୍କର

Share this: