Onion Price Hike: ରାଜ୍ୟରେ ପିଆଜ ଦର ୯୦ ଟଙ୍କା, ଜିଲ୍ଲାପାଳଙ୍କୁ ଚିଠି

Share this:

ଭୁବନେଶ୍ୱର (ମହିମା ଲାଇଭ ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ ପିଆଜ (Onion) ଦର ଆକାଶଛୁଆଁ ବୃଦ୍ଧି ପାଇଛି। ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି।  ଏହାର ମୁକାବିଲା ପାଇଁ ଓଡ଼ିଶା ସରକାର ବିଚାର କରିବା ଆରମ୍ଭ କରିଛନ୍ତି। ପ୍ରତିଦିନ ପିଆଜ ଦର ବୃଦ୍ଧିପାଉଛି। ଆଜି ୯୦ଟଙ୍କାରେ ପହଞ୍ଚିଲାଣି।

ଧୀରେ ଧୀରେ ରୋଷେଇଘରୁ ପିଆଜ କମିବାରେ ଲାଗିଛି। ବର୍ତ୍ତମାନ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରିବା ଆରମ୍ଭ କଲେଣି। ଏହାକୁ ନେଇ ରାଜ୍ୟ ସରକାର କେତେ ପରିମାଣର ପିଆଜ ବର୍ତ୍ତମାନ ମହଜୁଦ ଅଛି ଏବଂ ସବୁ ସ୍ଥାନର ଦର ଉପରେ ନଜର ରଖିବା ପାଇଁ ଚେଷ୍ଟା କରୁଛନ୍ତି। ପଦକ୍ଷେପ ସ୍ଵରୂପ ସବୁ ଜିଲାପାଳ (Collectors) ଙ୍କୁ ଚିଠି ଲେଖି ଯୋଗାଣ (Food Supplies and Consumer Welfare) ସଚିବ ଭି.ଭି. ଯାଦବ (VV Yadav) ଖୋଲା ବଜାରରେ ପିଆଜ ଦର ବୃଦ୍ଧି ଉପରେ ଧ୍ୟାନ ଦିଅବୋଲି କହିଛନ୍ତି।

ମହାରାଷ୍ଟ୍ରରେ ପିଆଜ ଚାଷ କ୍ଷତି ହେବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି। ସେହିପରି ଅନ୍ୟ ଉତ୍ପାଦିତ ରାଜ୍ୟଗୁଡ଼ିକ ରପ୍ତାନିକୁ କଡାକଡି କରିଥିବାରୁ ଓଡ଼ିଶାରେ ଆମଦାନୀ ହ୍ରାସ ପାଇଛି। ଏହା ଜାତୀୟ ପ୍ରସଙ୍ଗ ପାଲଟିଥିବାରୁ ଏହାର ସୁଯୋଗନେଇ ଅନେକ ବ୍ୟବସାୟୀ ଲାଭଖୋର ମନୋବୃତ୍ତି ନେଇ ମନଇଛା ଚଢା ଦରରେ ପିଆଜ ବିକ୍ରି କରୁଛନ୍ତି। ଯୋଗାଣ ସଚିବ କହିଛନ୍ତି ସବୁ ଜିଲାରେ ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖି ପିଆଜ ଦର ଏବଂ ମହଜୁଦ ନେଇ ନଜର ରଖିବା ସହ ଜନସାଧାରଣଙ୍କ ନିକଟରେ ଠିକ୍‌ ଦରରେ ପହଞ୍ଚାଇବାର ଦାୟିତ୍ୱ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

Also Read | Bonus: ରେଳବାଇ କର୍ମଚାରୀଙ୍କୁ ୭୮ ଦିନର ମଜୁରି ସମକକ୍ଷ ବୋନସ, ୧୧.୫୮ ଲକ୍ଷ ରେଳ କର୍ମଚାରୀ ଉପକୃତ

Share this:

Leave a Reply

Your email address will not be published. Required fields are marked *