Family Court: ଫ୍ୟାମିଲି କୋର୍ଟର ବିରଳ ନିଷ୍ପତ୍ତି, ପତ୍ନୀ ଦେବ ସ୍ୱାମୀଙ୍କୁ ମାସିକ ପ୍ରତିପୋଷଣ ଖର୍ଚ୍ଚ

Share this:

ମୁଜାଫରନଗର: ଆଜିସୁଦ୍ଧା ଆପଣ ନିଶ୍ଚୟ ଶୁଣିଥିବେ ଯେ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଭାବରେ ଟଙ୍କା ଦେବା ପାଇଁ ସ୍ୱାମୀଙ୍କୁ ଫ୍ୟାମିଲି କୋର୍ଟ (Family Court) ନିର୍ଦ୍ଦେଶ ଦେଇଥାଏ। କିନ୍ତୁ ଉତ୍ତରପ୍ରଦେଶର ମୁଜାଫରନଗର (Muzaffarnagar) ରେ ପରିବାର କୋର୍ଟ ନିଜର ଏକ ଅନନ୍ୟ ରାୟ ବଳରେ ସ୍ଵାମୀର ମାସିକ ରକ୍ଷଣାଭକ୍ଷଣା ଖର୍ଚ୍ଚ  ପତ୍ନୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟର ଏହି ନିଷ୍ପତ୍ତିରେ ସ୍ୱାମୀ ଖୁସି ନୁହଁନ୍ତି। ସେ କୋର୍ଟ ମାଧ୍ୟମରେ ତାଙ୍କ ପତ୍ନୀଙ୍କ ଏକ ତୃତୀୟାଂଶ ପେନ୍‌ସନ୍‌ ମାଗିଛନ୍ତି।

ମାମଲା କଣ?

ଖତୌଲି ତହସିଲ ଅଞ୍ଚଳର ବାସିନ୍ଦା କିଶୋରୀ ଲାଲ ସୋହନକର ୩୦ ବର୍ଷ ପୂର୍ବେ କାନପୁରର ବାସିନ୍ଦା ମୁନ୍ନି ଦେବୀଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସବୁ ଠିକ୍ ଥିଲା, କିନ୍ତୁ ଏହା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଗତ ୧୦ ବର୍ଷ ଧରି ଉଭୟ ଅଲଗା ରହୁଛନ୍ତି। କିଶୋରୀ ଲାଲଙ୍କ ପତ୍ନୀ କାନପୁରରେ ଅବସ୍ଥିତ ଭାରତୀୟ ସେନାରେ ଚତୁର୍ଥ ଶ୍ରେଣୀର କର୍ମଚାରୀ ଥିଲେ। ସେ କିଛି ସମୟ ପୂର୍ବରୁ ଅବସର ନେଇଥିଲେ। ମୁନି ଦେବୀ ୧୨ ହଜାର ଟଙ୍କାର ପେନସନ୍ ପାଇଛନ୍ତି, ଯେଉଁଥିରୁ ସେ ନିଜର ଜୀବନ ନିର୍ବାହ କରୁଛନ୍ତି। ସେହିପରି କିଶୋରୀ ଲାଲ ଚା’ ବିକ୍ରିକରି ନିଜର ଜୀବିକା ନିର୍ବାହ କରୁଛନ୍ତି।

କିଶୋରୀ ଲାଲ ଚା ବିକ୍ରି କରି ରୋଜଗାର କରିବା କଷ୍ଟକର ହେଉଥିଲା। ସେ ୯ ବର୍ଷ ପୂର୍ବେ ମୁଜାଫରନଗର ପରିବାର କୋର୍ଟରେ ନିଜର ପ୍ରତିପୋଷଣ  ପାଇଁ ଏକ ମକଦ୍ଦମା ଦାୟର କରିଥିଲେ। କିଶୋରଙ୍କ ସମାନ ଆବେଦନ ଉପରେ ରାୟ ଦେବାବେଳେ କୋର୍ଟ ୨ହଜାର ଟଙ୍କା ମାସିକ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଶୋର କହିଛନ୍ତି ଯେ କୋର୍ଟଙ୍କ ଏହି ନିଷ୍ପତ୍ତିରେ ସେ ସନ୍ତୁଷ୍ଟ ନୁହଁନ୍ତି। ସେ ୯ ବର୍ଷ ପୂର୍ବେ ଏକ ମାମଲା ଦାୟର କରିଥିଲେ ଯେଉଁଥିରେ ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି। କିଶୋର କହିଛନ୍ତି ଯେ ସେ ୯  ବର୍ଷ ଧରି ଏହି ମାମଲା ସହ ସଂଗ୍ରାମ କରୁଛନ୍ତି। ତାଙ୍କୁ ତାଙ୍କ ପତ୍ନୀଙ୍କ ଏକ ତୃତୀୟାଂଶ ପେନସନ୍ (Pension) ଦିଆଯିବା ଉଚିତ୍।  କୌତୁହଳର  ବିଷୟ, ଉଭୟଙ୍କୁ ଏପର୍ଯ୍ୟନ୍ତ ଛାଡପତ୍ର ଦିଆଯାଇ ନ ଥିବାବେଳେ କୋର୍ଟ ଉଭୟଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Also Read | Bonus: ରେଳବାଇ କର୍ମଚାରୀଙ୍କୁ ୭୮ ଦିନର ମଜୁରି ସମକକ୍ଷ ବୋନସ, ୧୧.୫୮ ଲକ୍ଷ ରେଳ କର୍ମଚାରୀ ଉପକୃତ

Share this:

Leave a Reply

Your email address will not be published. Required fields are marked *