Train Time Table: ଟ୍ରେନ୍‍ ଚଳାଚଳ ସମୟ ବୃଦ୍ଧି

Share this:

ଭୁବନେଶ୍ଵର: ଦୈନନ୍ଦିନ ଚଳାଚଳ କରୁଥିବା ହାଓଡ଼ା-ପୁରୀ-ହାଓଡ଼ା ବିଶେଷ ଟ୍ରେନ୍‍ (Train) ସହିତ ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟତ କରୁଥିବା ୫ଟି ଦୂରଗାମୀ ଟ୍ରେନ୍‍ର ସେବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ବୃଦ୍ଧି କରାଯାଇଛି।

ହାଟିଆରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଯଶୋବନ୍ତପୁରରୁ ପ୍ରତ୍ୟେକ ଗୁରୁବାର ଛାଡ଼ୁଥିବା ହାଟିଆ-ଯଶୋବନ୍ତପୁର-ହାଟିଆ ସାପ୍ତାହିକ ବିଶେଷ ଟ୍ରେନ୍‍୨୪ ଜୁନ୍‍ ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ। ହାଓଡ଼ା ଓ ଯଶୋବନ୍ତପୁର ମଧ୍ୟରେ ସବୁଦିନ ଚଳାଚଳ କରୁଥିବା ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ଟ୍ରେନ୍‍ ହାଓଡ଼ାଠାରୁ ୨୮ ଜୁନ୍‍ ପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରଠାରୁ ୩୦ ଜୁନ୍‍ ପର୍ଯ୍ୟନ୍ତ ଚଳାଚଳ କରିବ। ହାଓଡ଼ା ଠାରୁ ପ୍ରତି ରବିବାର ଓ ପୁଡୁଚେରୀଠାରୁ ପ୍ରତି ବୁଧବାର ଛାଡ଼ୁଥିବା ହାଓଡ଼ା-ପୁଡୁଚେରୀ-ହାଓଡ଼ା ବିଶେଷ ଟ୍ରେନ୍‍ ୩୦ ଜୁନ୍‍ ପର୍ଯ୍ୟନ୍ତ ଚଳାଚଳ କରିବ। ହାଓଡ଼ାଠାରୁ ପ୍ରତ୍ୟେକ ଶନିବାର ଏବଂ ଏର୍ଣ୍ଣାକୁଲମ୍‍ଠାରୁ ପ୍ରତ୍ୟେକ ସୋମବାର ଛାଡ଼ୁଥିବା ହାଓଡ଼ା-ଏର୍ଣ୍ଣାକୁଲମ୍‍ ହାଓଡ଼ା ସାପ୍ତାହିକ ବିଶେଷ ଟ୍ରେନ୍‍ ୨୬ ଏପ୍ରିଲ୍‍ ଯାଏଁ ଚଳାଚଳ କରିବ।

ସେହିପରି ହାଓଡ଼ା ଓ ପୁରୀ ମଧ୍ୟରେ ଦୈନିକ ଚଳାଚଳ କରୁଥିବା ହାଓଡ଼ା- ପୁରୀ-ହାଓଡ଼ା ବିଶେଷ ଟ୍ରେନ୍‍ ହାଓଡ଼ାଠାରୁ ୨୯ ଜୁନ୍‍ ପର୍ଯ୍ୟନ୍ତ ଏବଂ ପୁରୀଠାରୁ ୩୦ ଜୁନ୍‍ ଯାଏ ଚଳାଚଳ କରିବ।

[amazon_auto_links id=”9932″]

Also Read | Covid19 Review: କୋଭିଡ ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ, କହିଲେ ବର୍ତ୍ତମାନ ଅଧିକ ସତର୍କତା ଆବଶ୍ୟକ

Share this:

Leave a Reply

Your email address will not be published. Required fields are marked *