Covid19 Odisha Updates: ଆଜି ନୂଆ ୭୯୧ ଜଣ କରୋନା ପଜିଟିଭ ଓଡିଶାରୁ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶାରେ କରୋନା (Corona Virus) ବଢିଚାଲିଛି। ଗତକାଲି ରାଜ୍ୟରୁ ୫୮୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଜି ୨୯ ଜିଲ୍ଲାରୁ ୭୯୧ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ ୪୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୩୨ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୪୭ ଜଣ କରୋନା ସଂକ୍ରମିତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୧୭ ଜଣ, ଖୋର୍ଦ୍ଧାରୁ ୧୧୮ ଜଣ, ବାଲେଶ୍ଵରରୁ ୬ ଜଣ, ବରଗଡ଼ରୁ ୪୮ ଜଣ, ଭଦ୍ରକରୁ ୧୦ ଜଣ, ବୌଦ୍ଧରୁ ୨ ଜଣ, ବଲାଙ୍ଗରିରୁ ୧୪ ଜଣ, କଟକରୁ ୪୬ ଜଣ, ଦେଓଗଡ଼ରୁ ଜଣେ, ଢେଙ୍କାନାଳରୁ ୩ ଜଣ, ଗଞ୍ଜାମରୁ ୯ ଜଣ, ଜଗତସିଂପୁରରୁ ୯ ଜଣ, ଯାଜପୁରରୁ ୧୬ ଜଣ, ଝାରସୁଗୁଡାରୁ ୩୧ ଜଣ, କଳାହାଣ୍ଡିରୁ ୩୮ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ଜଣେ, କେଉଁଝରରୁ ୩୯ ଜଣ, କୋରାପୁଟରୁ ୯ ଜଣ, ମାଲକାନଗିରିରୁ ୨ ଜଣ, ମୟୁରଭଞ୍ଜରୁ ୨୪ ଜଣ, ନବରଙ୍ଗପୁରରୁ ୨୩ ଜଣ, ନୟାଗଡ଼ରୁ ୭ ଜଣ, ନୂଆପଡ଼ାରୁ ୩୧ ଜଣ, ପୁରୀରୁ ୪୩ ଜଣ, ରାୟଗଡାରୁ ୧୪ ଜଣ, ସମ୍ବଲପୁରରୁ ୪୫ ଜଣ, ସୋନପୁରରୁ ୭ ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୩ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୨ ଲକ୍ଷ ୪୪ ହଜାର ୫୭୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୪୪ ହଜାର ୬୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୬୬ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୮ ହଜାର ୪୧୬ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୨୫୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Share this: