Corona Odisha:ବଢୁଛି ଚିନ୍ତା, ଓଡ଼ିଶାରୁ ଆଜି ୧୦ହଜାର ୬୩୫ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ପୁଣି ୧୦ହଜାର ୬୩୫ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୦୧୨ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୬୨୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧ହଜାର ୫୬୪ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫୫୯ଜଣ, ବାଲେଶ୍ଵରରୁ ୩୦୧ଜଣ, ବରଗଡ଼ରୁ ୪୪୩ଜଣ, ଭଦ୍ରକରୁ ୧୦୦ଜଣ, ବଲାଙ୍ଗୀରିରୁ ୩୧୮ଜଣ, ବୌଦ୍ଧରୁ ୧୭୯ଜଣ, କଟକରୁ ୮୮୭ଜଣ, ଦେଓଗଡ଼ରୁ ୧୩୭ଜଣ, ଢେଙ୍କାନାଳରୁ ୧୪୬ଜଣ, ଗଜପତିରୁ ୧୦୧ଜଣ, ଗଞ୍ଜାମରୁ ୨୬୬ଜଣ, ଜଗତସିଂପୁରରୁ ୧୪୦ଜଣ, ଯାଜପୁରରୁ ୨୯୦ଜଣ, ଝାରସୁଗୁଡାରୁ ୪୫୬ଜଣ, କଳାହାଣ୍ଡିରୁ ୪୬୯ଜଣ, କନ୍ଧମାଳରୁ ୭୩ଜଣ, କେଉଁଝରରୁ ୧୯୩ଜଣ, କୋରାପୁଟରୁ ୧୨୭ଜଣ, କେନ୍ଦ୍ରାପଡ଼ାରୁ ୧୧୭ଜଣ, ମୟୁରଭଞ୍ଜରୁ ୧୭୯ଜଣ, ମାଲକାନଗିରିରୁ ୭୯ଜଣ, ନବରଙ୍ଗପୁରରୁ ୩୩୬ଜଣ, ନୟାଗଡ଼ରୁ ୨୫୩ଜଣ, ନୂଆପଡ଼ାରୁ ୩୨୬ଜଣ, ପୁରୀରୁ ୪୩୪ଜଣ, ରାୟଗଡାରୁ ୧୫୮ଜଣ, ସମ୍ବଲପୁରରୁ ୬୪୧ଜଣ, ସୋନପୁରରୁ ୧୪୯ଜଣ, ସୁନ୍ଦରଗଡରୁ ୯୪୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୭୩ଜଣ ସଂକ୍ରମିତ ହୋଇଛନ୍ତି।

laptop

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୫ ଲକ୍ଷ ୧୭ ହଜାର ୮୩୮ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୫ ଲକ୍ଷ ୩୪ ହଜାର ୮୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭୬୬୪ଜଣ ସୁସ୍ଥ ହେବା ସହିତ ମୋଟ ୪ଲକ୍ଷ ୩୯ ହଜାର ୩୨୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୩  ହଜାର ୨୮୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Covid National Policy: କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ସରକାରଙ୍କ ନୂଆ ନିର୍ଦ୍ଦେଶନାମା ଜାରି

Share this: