Covid19 Angul: ଅନୁଗୁଳ ଜିଲ୍ଲାରେ ବଢିଚାଲିଛି କରୋନା ସଂକ୍ରମଣ, ଆଜି ପୁଣି ୫୬୯ ଜଣ ଚିହ୍ନଟ, ବଅଁରପାଳରୁ ସର୍ବାଧିକ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରୁ ଆଜି ପୁଣି ୫୬୯ ଜଣ ନୂଆ କରୋନା ସଂକ୍ରମିତ (Covid-19) ଚିହ୍ନଟ ହୋଇଥିବାର ଜଣାପଡିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୭୧ ରେ ପହଂଚିଛି।

ସେହିପରି ଆଜି ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ  ମଧ୍ୟରେ ବଅଁରପାଳ ବ୍ଲକ୍ ଅଂଚଳରୁ ସର୍ବାଧିକ ୧୨୫ଜଣ (୮୩ଜଣ ପୁରୁଷ ଓ ୪୨ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୭୬ଜଣ (୪୯ ଜଣ ପୁରୁଷ ଓ ୨୭ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୬୨ଜଣ (୪୧ଜଣ ପୁରୁଷ ଓ ୨୧ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୬୧ଜଣ (୩୯ଜଣ ପୁରୁଷ ଓ ୨୨ଜଣ ମହିଳା), କିଶୋରନଗର ବ୍ଳକ୍ ଅଂଚଳରୁ ୫୯ଜଣ (୩୫ଜଣ ପୁରୁଷ ଓ ୨୪ଜଣ ମହିଳା), ତାଳଚେର ବ୍ଳକ୍ ଅଂଚଳରୁ ୪୯ଜଣ (୩୦ଜଣ ପୁରୁଷ ଓ ୧୯ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୪୮ଜଣ (୩୦ଜଣ ପୁରୁଷ ଓ ୧୮ଜଣ ମହିଳା), ଅନୁଗୋଳ ବ୍ଲକ ଅଂଚଳରୁ ୩୬ଜଣ (୨୪ଜଣ ପୁରୁଷ ଓ ୧୨ଜଣ ମହିଳା),ତାଳଚେର ପୌରାଞ୍ଚଳରୁ ୨୧ଜଣ (୧୫ଜଣ ପୁରୁଷ ଓ ୬ଜଣ ମହିଳା),ପାଳଲହଡା ବ୍ଳକ୍ ଅଂଚଳରୁ୧୯ଜଣ (୧୩ଜଣ ପୁରୁଷ ଓ ୬ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୩ଜଣ (୬ଜଣ ପୁରୁଷ ଓ ୭ଜଣ ମହିଳା) ଅଛନ୍ତି।

ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୭୯ ଜଣଂକୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ  ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ୩୭୮ଜଣ ସୁସ୍ଥ ହୋଇଛନ୍ତି।

amazon-adv

ଆସନ୍ତାକାଲି ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ପରୀକ୍ଷା ସକାଳ ୮ ଘଟିକାରୁ ପୂର୍ବାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ଅଭୟ କୁମାର ଦାଶଙ୍କ ସୁତ୍ରରୁ ପ୍ରକାଶ।

Also Read | Covid19:ଶୋଭାଯାତ୍ରାରେ ବର ଯିବାବେଳେ କରୋନା ପଜିଟିଭ୍ ଚିହ୍ନଟ, ପୋଲିସ କଲା ମାମଲା ରୁଜୁ

Share this: