UG ଓ PG ଅନ୍ତିମ ପରୀକ୍ଷା ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ କର: ସୁପ୍ରିମକୋର୍ଟ

Share this:

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ବିଶ୍ୱବିଦ୍ୟାଳୟର ୟୁଜି (UG )ଏବଂ ପିଜି( PG ) ଅନ୍ତିମ ବର୍ଷ (Final)ର ଛାତ୍ରଛାତ୍ରୀଙ୍କ ପରୀକ୍ଷା ସହ ଜଡିତ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସେମାନଙ୍କର ଫାଇନାଲ ବର୍ଷ ପରୀକ୍ଷା ହେବ।  ସେପ୍ଟେମ୍ବର ୩୦ ସୁଦ୍ଧା ପରୀକ୍ଷା ପରିଚାଳନା କରିବାକୁ ୟୁଜିସି ( University Grant Commission ) ର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି।

କୋର୍ଟ କହିଛନ୍ତି ଯେ ଯଦି କୌଣସି ରାଜ୍ୟ ଅନୁଭବ କରନ୍ତି ଯେ ସେମାନଙ୍କ ପାଇଁ ପରୀକ୍ଷା କରିବା ସମ୍ଭବ ନୁହେଁ, ତେବେ ଏହା ୟୁଜିସି ଯାଇପାରିବ। ଅନ୍ତିମ ବର୍ଷର ପରୀକ୍ଷା ନଦେଇ ରାଜ୍ୟ ଛାତ୍ରଛାତ୍ରୀମାନଙ୍କୁ ଉତ୍ତୀର୍ଣ୍ଣ କରିବା ଅସମ୍ଭବ। ସେହି ରାଜ୍ୟଗୁଡ଼ିକ ୟୁଜିସିଠାରୁ ପରାମର୍ଶ ନେଇ ନିଜ ପରିସ୍ଥିତି ମୁତାବକ ୟୁଜି ଏବଂ ପିଜି ପରୀକ୍ଷା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିପାରିବେ। କୋଭିଡ-୧୯ ( Covid-19 ) ମହାମାରୀକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ସାମୟିକ କାଳ ପାଇଁ ସ୍ଥଗିତ କରିପାରିବେ, କିନ୍ତୁ ସମ୍ପୂର୍ଣ୍ଣ ବାତିଲ କରିପାରିବେ ନାହିଁ। କିନ୍ତୁ ରାଜ୍ୟର  ପୂର୍ବ ବର୍ଷଗୁଡିକ ପରୀକ୍ଷା ଉପରେ ଆଧାର କରି ବିନା ପରୀକ୍ଷାରେ ଛାତ୍ରଛାତ୍ରୀ ପାସ୍ କରିବାର ଅଧିକାର ନାହିଁ। ୟୁଜିସି ଧାର୍ଯ୍ୟ ଜୁଲାଇ ୬ର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି।

Also Read:

Share this: