ଆଜି ଚିହ୍ନଟ ହେଲେ ୧୪୯୯ କରୋନା ପଜିଟିଭ, ପ୍ରଥମଥର ଢେଙ୍କାନାଳରୁ ୯୨ ଜଣ ଚିହ୍ନଟ

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି ୧୪୯୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୯୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୮୫ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୯ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୩୬୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ରୁ ୨୮ ଜଣ କନ୍ଧମାଳ  ରୁ ୫୦ ଜଣ,କୋରାପୁଟ ରୁ ୮୧ ଜଣ, କେନ୍ଦ୍ରାପଡ଼ା ରୁ ୧୪ଜଣ,କେଉଁଝର ରୁ ୧୬ ଜଣ  ଓ କଳାହାଣ୍ଡି  ରୁ ୪୪ ଜଣ ସଂକ୍ରମିତ ହୋଇଛନ୍ତି। ରାୟଗଡା  ଜିଲ୍ଲା ରୁ ୪୦ଜଣ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରୁ  ୫୬ଜଣ ,ସୁନ୍ଦରଗଡ଼ ଜିଲ୍ଲାରୁ ୭୫ଜଣ ଓ ସୋନପୁର ରୁ ୫ଜଣ ଆକ୍ରାନ୍ତ ହୋଇଛନ୍ତି।

ଯାଜପୁର ଜିଲ୍ଲାରୁ ୧୯ ଜଣ ,ଜଗତସିଂହପୁର ରୁ ୧୫ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୭ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ ରୁ ୧୦ ଜଣ, ବାଲେଶ୍ଵର ରୁ ୩୭ ଜଣ, ଭଦ୍ରକ ଜିଲ୍ଲାରୁ ଜଣେ ଏବଂ ବଲାଙ୍ଗୀରି ଜିଲ୍ଲାରୁ୧୯ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତି ରୁ ୯୭ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀ ରୁ ୩୬ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡ ରୁ ୬୭  ଜଣ ,ନବରଙ୍ଗପୁର ରୁ ୩୩ ଜଣ ଏବଂ ନୂଆପଡ଼ାରୁ ୯ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୯୨ ଓ ଦେଓଗଡରୁ ୨ ଜଣ  ସଂକ୍ରମିତ ହୋଇଛନ୍ତି। ଅନୁଗୋଳ ରୁ ୨୫ ସଂକ୍ରମିତ ହୋଇଛନ୍ତି। ଏବଂ ମୟୁରଭଞ୍ଜ ରୁ ୧୩ ଜଣ ଓ ମାଲକାନଗିରି ରୁ ୨୬ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୫ ଲକ୍ଷ ୧୪ ହଜାର ୫୭୩ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩୧ ହଜାର ୮୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯ ହଜାର ୭୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧ ହଜାର ୯୧୮ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

FROM THE WEB

Share this: