Dean Jones: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସ ମୁମ୍ବାଇରେ ହୃଦଘାତରେ ମୃତ୍ୟୁ;ବିରାଟ,ବିରେନ୍ଦ୍ରଙ୍କ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

Share this:

ମୁମ୍ବାଇ: ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସ (Dean Jones) ହୃଦଘାତରେ ମୁମ୍ବାଇରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ଗୁରୁବାର ମଧ୍ୟାହ୍ନ ବେଳକୁ ମୁମ୍ବାଇର ଏକ ହୋଟେଲ୍‌ରେ ତାଙ୍କର ହୃଦ୍‌ଘାତ ହୋଇଥିଲା।

ସେ ୧୯୮୪ ରୁ ୧୯୯୨ ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ୫୨ ଟି ଟେଷ୍ଟରେ ହାରାହାରି ୪୬.୫୫ ହାରରେ ୩,୬୩୧ ରନ୍ ସଂଗ୍ରହ କରିଥିଲେ। ସେ ୧୧ଟି ଶତକ ଏବଂ ୧୪  ଟି ଅର୍ଦ୍ଧ ଶତକ ହାସଲ କରିଥିଲେ। ସେ ୧୬୪ ଟି ଦିନିକିଆରେ ୬,୦୬୮ ରନ୍ ସ୍କୋର କରିଥିଲେ। ସେ ଦିନିକିଆ ମ୍ୟାଚରେ ୭ଟି ଶତକ ଏବଂ ୪୬ ଟି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ତାଙ୍କ ସମୟର ଶ୍ରେଷ୍ଠ ଦିନିକିଆ  ଖେଳାଳିଙ୍କ ମଧ୍ୟରେ ପରିଗଣିତ ହୋଇଥିଲେ।

ଡିନ୍ ଜୋନ୍ସ ଆଇପିଏଲ୍ (IPL) ଅଫିସିଆଲ୍ ବ୍ରଡକାଷ୍ଟର ଭାଷ୍ୟକର ପ୍ୟାନେଲର ଏକ ଅଂଶ ଥିଲେ ଏବଂ ସେ ମଧ୍ୟ ମୁମ୍ବାଇରେ ଥିଲେ। ସୋସିଆଲ ମିଡିଆ (Social Media) ରେ ଜୋନ୍ସ ମଧ୍ୟ ବହୁତ ସକ୍ରିୟ ଥିଲେ। ଜଣେ ମହାନ ବ୍ୟାଟ୍ସମ୍ୟାନ୍ ହେବା ବ୍ୟତୀତ ସେ ଜଣେ ମହାନ କ୍ରିକେଟ୍ ବିଶେଷଜ୍ଞ ମଧ୍ୟ ଥିଲେ। ସେ ପ୍ରାୟତଃ  କ୍ରିକେଟ୍ (Cricket) ଦଳ ଏବଂ ବିଶ୍ଵ (world) ର ଖେଳାଳିଙ୍କ ବିଷୟରେ ନିଜର ମତ ଦେଉଥିଲେ।

ଷ୍ଟାର ସ୍ପୋର୍ଟସ ତାଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଦକ୍ଷିଣ ଏସିଆରେ କ୍ରିକେଟ୍ ବିକାଶ ସହ ନିଜକୁ ଯୋଡିବା ପାଇଁ ଡିନ୍ ଜୋନ୍ସ ଖେଳର ଅନ୍ୟତମ ମହାନ ରାଷ୍ଟ୍ରଦୂତ ଥିଲେ। ନୂତନ ପ୍ରତିଭା ଆବିଷ୍କାର କରିବା ଏବଂ ଯୁବ କ୍ରିକେଟର ବିକାଶ ପାଇଁ ତାଙ୍କର ଆଗ୍ରହ ଥିଲା। ସେ ଜଣେ ଚାମ୍ପିୟନ ସମୀକ୍ଷକ ଥିଲେ, ଯାହାର ଉପସ୍ଥିତି ଏବଂ ଖେଳର ଉପସ୍ଥାପନା ସର୍ବଦା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପାଇଁ ଆନନ୍ଦ ଆଣିଥାଏ। ”

Share this: