Odisha Covid19: ଆଜି ରାଜ୍ୟରେ ୩,୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୩ ହଜାର ୭୭୯ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୬୧ ହଜାର ୪୪ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୫୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି, କଟକରୁ ୪୨୭ ଜଣ, ବରଗଡ଼ରୁ ୧୫୨ ଜଣ, ଯାଜପୁରରୁ ୧୧୩ ଜଣ, ମୟୁରଭଞ୍ଜରୁ ୧୩୫ ଜଣ, ଭଦ୍ରକରୁ ୯୨ ଜଣ, ବାଲେଶ୍ଵରରୁ ୧୫୫ ଜଣ, ଢେଙ୍କାନାଳରୁ ୭୪ ଜଣ, ପୁରୀରୁ ୧୫୮ ଜଣ, ଜଗତସିଂପୁରରୁ ୧୦୫ ଜଣ, ରାୟଗଡାରୁ ୧୧୮ ଜଣ,ଗଞ୍ଜାମରୁ ୯୯ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୨୭ ଜଣ, ଅନୁଗୋଳରୁ ୩୯ ଜଣ, ନୟାଗଡ ୪୭ ଜଣ, ସୋନପୁରରୁ ୬୫ ଜଣ, ବଲାଙ୍ଗୀରରୁ ୯୮ ଜଣ, ସୁନ୍ଦରଗଡରୁ ୬୨ ଜଣ, ଝାରସୁଗୁଡାରୁ ୧୫୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୧ ଜଣ, କେନ୍ଦ୍ରାପଡା ୬୯ ଜଣ, କୋରାପୁଟରୁ ୬୯ ଜଣ, କେଉଁଝରରୁ ୭୬ ଜଣ, କନ୍ଧମାଳରୁ ୧୩୫ ଜଣ, ନୂଆପଡ଼ାରୁ ୭୭ ଜଣ, କଳାହାଣ୍ଡିରୁ ୬୫ ଜଣ, ଗଜପତିରୁ ୫୮ ଜଣ, ବୌଦ୍ଧରୁ ୪୪ ଜଣ, ମାଲକାନଗିରି ଜିଲ୍ଲାରୁ ୪୬ ଜଣ ଏବଂ ଦେଓଗଡରୁ ୭ ଜଣ ଏବଂ ଷ୍ଟେଟ୍ ପୁଲରୁ ୨୮୪ ସୁସ୍ଥ ହୋଇଛନ୍ତି।

Also Read:

Covid19 World: ସାରା ବିଶ୍ୱରେ କରୋନାରେ ୩.୧୫ କୋଟି ଲୋକ ସଂକ୍ରମିତ, ୯.୬୮ ଲକ୍ଷ ଲୋକ ମୃତ,କେଉଁ ଦେଶରୁ କେତେ…

Share this: