Odisha Covid19: ଆଜି ୪,୩୪୦ ଜଣ କରୋନା ପଜିଟିଭ ଚିହ୍ନଟ,୧୬ ମୃତ

Share this:

ଭୁବନେଶ୍ଵର: ଓଡ଼ିଶାରେ କରୋନା (Corona Virus) ପଜିଟିଭ ସଂଖ୍ୟାର  ସ୍ଥିତି ଗଭୀର ଆଡକୁ ଯାଉଛି। ଗତ କିଛିଦିନ ଲଗାତାର  ଭାବରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ହଜାରରୁ ଅଧିକ ରହୁଛି। ରାଜ୍ୟରେ ଆଜି ୪ ହଜାର ୩୪୦ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨ହଜାର ୫୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts)ରୁ ୧୮୨୩ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୫୩ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୯୦ ଜଣ, କଟକରୁ ୫୬୭ ଜଣ, କନ୍ଧମାଳ ଜିଲ୍ଲାରୁ ୧୪୩ ଜଣ, କୋରାପୁଟରୁ ୭୭ ଜଣ, କେନ୍ଦ୍ରାପଡ଼ାରୁ ୧୦୯ ଜଣ, କେଉଁଝରରୁ ୯୦ ଜଣ ଓ କଳାହାଣ୍ଡିରୁ ୫୮ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୩୦ ଜଣ, ସୁନ୍ଦରଗଡ଼ରୁ ୧୩୮ ଜଣ ଓ ସୋନପୁର ଜିଲ୍ଲାରୁ ୧୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୫୧ ଜଣ, ଜଗତସିଂହପୁରରୁ ୧୯୩ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୭୪ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୦୮  ଜଣ, ବାଲେଶ୍ଵରରୁ ୧୬୨ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୫୩ ଜଣ, ବୌଦ୍ଧରୁ ୬୭ ଜଣ ଏବଂ ଭଦ୍ରକରୁ ୧୦୫ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୧୯ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୨୦୩ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୮୪ ଜଣ, ନବରଙ୍ଗପୁରରୁ ୧୪୩ ଜଣ ଓ ନୂଆପଡ଼ାରୁ ୭୪ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୫୬  ଜଣ, ଦେଓଗଡରୁ ୨୨ ଜଣ, ରାୟଗଡାରୁ ୬୨ ଜଣ, ଅନୁଗୋଳରୁ ୧୫୫   ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୨୭ ଜଣ ଏବଂ ମାଲକାନଗିରିରୁ ୩୪ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୧୬୪ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୯ ଲକ୍ଷ ୫୬ ହଜାର ୩୦୧ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ ଲକ୍ଷ ୯୬ ହଜାର ୮୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୫୭ ହଜାର ୨୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୮ ହଜାର ୮୧୮ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ADVERTISING

Philips MMS8085B/94 2.1 Channel Convertible Multimedia Speaker System

ସେହିପରି ଓଡ଼ିଶାରେ ଆଜି କରୋନାରେ ୧୬ ଜଣଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା  ୭୫୨କୁ ବୃଦ୍ଧି ହୋଇଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ଆଜି କରୋନାରେ ୧୬ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫ଜଣଙ୍କ ଜୀବନ ଯାଇଛି। ପୁରୀ ଜିଲାରୁ ୪ ଓ କେନ୍ଦ୍ରାପଡା ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ମୟୁରଭଞ୍ଜ, ବଲାଙ୍ଗିର, ନୟାଗଡ଼, ରାୟଗଡ଼ା ଓ ସୁବର୍ଣ୍ଣପୁର ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Also Read:

Covid19 Odisha Update: ଏଣିକି ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ହେବ ନାହିଁ

Share this: