Covid19 Odisha Updates: ଆଜି ଓଡ଼ିଶାରେ ପୁଣି ୪୭୧ କରୋନା ପଜିଟିଭ ଚିହ୍ନଟ, ମୋଟ ୩୦୮୫

Share this:

ଭୁବନେଶ୍ଵର:ଓଡ଼ିଶାରେ କରୋନା (Corona Virus) ର ଦ୍ଵିତୀୟ ଲହରରେ ବଢୁଛି କରୋନା ମାମଲା। ରାଜ୍ୟରୁ ଆଜି ୨୭ ଜିଲ୍ଲାରୁ ୪୭୧ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୯୩ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୮୫ ଜଣ କରୋନା ସଂକ୍ରମିତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୧୦ଜଣ, ବାଲେଶ୍ଵରରୁ ୧୫ଜଣ, ବରଗଡ଼ରୁ ୫ଜଣ, ଭଦ୍ରକରୁ ୬ଜଣ, ବଲାଙ୍ଗରିରୁ ୩୬ଜଣ, କଟକରୁ ୨୨ଜଣ, ଢେଙ୍କାନାଳରୁ ଜଣେ, ଗଜପତିରୁ ୨ଜଣ, ଗଞ୍ଜାମରୁ ୧୨ଜଣ, ଜଗତସିଂପୁରରୁ ୧ଜଣ, ଯାଜପୁରରୁ ୧୧ଜଣ, ଝାରସୁଗୁଡାରୁ ୨୩ଜଣ, କଳାହାଣ୍ଡିରୁ ୫୦ଜଣ, କନ୍ଧମାଳରୁ ୩ଜଣ  କେନ୍ଦ୍ରାପଡ଼ାରୁ ୨ଜଣ, କେଉଁଝରରୁ ଜଣେ, କୋରାପୁଟରୁ ୭ଜଣ, ମୟୁରଭଞ୍ଜରୁ ୧୬ଜଣ, ନବରଙ୍ଗପୁରରୁ ୧୭ ଜଣ, ନୟାଗଡ଼ରୁ ୪ଜଣ, ନୂଆପଡ଼ାରୁ ୪୨ଜଣ, ପୁରୀରୁ ୧୪ଜଣ, ରାୟଗଡାରୁ ୮ଜଣ, ସମ୍ବଲପୁରରୁ ୨୭ଜଣ, ସୋନପୁରରୁ ୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୯ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୧ ଲକ୍ଷ ୫୯ ହଜାର ୯୨୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୪୨ ହଜାର ୬୯୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୦୫ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୭ ହଜାର ୬୩୫ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦୮୫  ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: