Micro Contentment Zone: ଓଡ଼ିଶାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା

Share this:

ଫୁଲବାଣୀ: ରାଜ୍ୟରେ କରୋନା (Covid-19) ସଂକ୍ରମଣ ବୃଦ୍ଧି ପରେ କନ୍ଧମାଳ (Kandhamal) ଜିଲ୍ଲା ଫୁଲବାଣୀ (Phulabani) ପୌରାଞ୍ଜଳର ଦୁଇଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‍ (Micro contentment) ଓ କଳାହାଣ୍ଡି (Kalahandi) ଜିଲ୍ଲାର ଗୋଟିଏ ଗାଁକୁ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କରାଯାଇଛି।

ସୂଚନାଅନୁସାରେ ଫୁଲବାଣୀ ପୌରାଞ୍ଚଳର ଦୁଇନମ୍ବର ୱାର୍ଡ ଡାକପାଳ ସ୍କୁଲ ସାହିରୁ ୮ଟି ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫ ନମ୍ବର ୱାର୍ଡର ଗୋଟିଏ ପଜିଟିଭ୍‍ ଚିହ୍ନଟ ହେବାପରେ ଫୁଲବାଣୀ ଜିଲ୍ଲାପାଳ ଏହା ଘୋଷଣା କରିଛନ୍ତି।

ସେହିପରି କଳାହାଣ୍ଡି ଜିଲ୍ଲା ବୃନ୍ଦାବାହାଳ ପଞ୍ଚାୟତ ଲିମ୍‍ସେର ଗାଁକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କରାଯାଇଛି। ଏହା ଆସନ୍ତା ୮ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିବ। ଜିଲ୍ଲାରେ କରୋନା ସଂକ୍ରମିତ ଓ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ସରପଞ୍ଚ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି।

[amazon_auto_links id=”9932″]

Share this: