Covid-19 In Odisha : ଓଡ଼ିଶାରେ ପୁଣି କରୋନା ନେଲା ୬୯ ଜଣଙ୍କ ଜୀବନ

Share this:

ଭୁବନେଶ୍ୱର: ଓଡ଼ିଶା (Odisha) ରେ ଆଉ ୬୯ଜଣଙ୍କ ଜୀବନ ନେଇଛି କରୋନା (Coronavirus) । ଏହି କରୋନା ଆକ୍ରାନ୍ତମାନଙ୍କର  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫ ହଜାର ୩୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୬ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ବାଲେଶ୍ଵରରୁ ୧୦ଜଣ, ସମ୍ବଲପୁର ୭ଜଣ, କେନ୍ଦ୍ରାପଡ଼ାରୁ ୬ଜଣ ଏବଂ ବରଗଡ଼ରୁ ୫ଜଣ ମୃତ୍ୟୁବରଣ କରିଛନ୍ତି। ସୁନ୍ଦରଗଡରୁ ୪ଜଣ ମୃତ୍ୟୁବରଣ କରିଥିବାବେଳେ ବଲାଙ୍ଗୀର, ଝାରସୁଗୁଡା, କନ୍ଧମାଳ ଏବଂ ରାୟଗଡାରୁ ୨ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ଢେଙ୍କାନାଳ, ସୁବର୍ଣ୍ଣପୁର ଏବଂ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

mahimalive

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୪ ଲକ୍ଷ ୩୫ ହଜାର ୯୦୫ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୬୩ ହଜାର ୮୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ହଜାର ୨୧୦ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୩୯ ହଜାର ୧୬୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯ ହଜାର ୨୬୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | China Flood:ଚୀନରେ ହଜାରେ ବର୍ଷରେ ଏମିତି ହୋଇନଥିଲା ବର୍ଷା, ସ୍ଥିତି ଅଣାୟତ

[amazon_auto_links id=”9932″]
Share this: