LAC: ଭାରତ ଏବଂ ଚୀନ୍ ସୀମାରେ କମିବ ଉତ୍ତେଜନା, ତିନିଟି ପର୍ଯ୍ୟାୟରେ ସେନା ପ୍ରତ୍ୟାହାର କରିବେ ଉଭୟ ଦେଶ

Share this:

ଲଦାଖ: ଭାରତ (India) ଏବଂ ଚୀନ୍ (China) ମଧ୍ୟରେ ଚାଲିଥିବା LAC ରେ ଉତ୍ତେଜନାକୁ ଶେଷ କରିବାକୁ ଚୁକ୍ତି କରାଯାଇଛି। ପୂର୍ବ ଲଦାଖ (ladakh)ର ପାଇଗୋଙ୍ଗ ହ୍ରଦ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଭାରତ ଏବଂ ଚୀନ୍ ୩ ଦିନ ପାଇଁ ଦୈନିକ ୩୦% ସୈନ୍ୟ ପ୍ରତ୍ୟାହାର କରିବେ। ତିନି ପର୍ଯ୍ୟାୟରେ ସୈନ୍ୟମାନେ ଫେରିବେ। ଚୁକ୍ତିନାମା ଅନୁଯାୟୀ ଦୁଇ ଦେଶର ସୈନିକ ଚଳିତ ବର୍ଷ ଏପ୍ରିଲ-ମେ ମାସରେ ନିୟୋଜିତ ସ୍ଥାନକୁ ଫେରିବେ। ତେବେ ସୈନ୍ୟ ପ୍ରତ୍ୟାହାର ତାରିଖ ସମ୍ପର୍କରେ ସୂଚନା ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ନାହିଁ।

ଭାରତ ପକ୍ଷରୁ ହୋଇଥିବା ଆଲୋଚନାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ସାମରିକ ଅପରେସନ୍ ଡାଇରେକ୍ଟୋରେଟ ଜେନେରାଲ୍ ନବୀନ ଶ୍ରୀବାସ୍ତବ ଯୋଗ ଦେଇଥିଲେ। ଜୁନ୍ ୧୫ ରେ, ଗାଲଭାନ୍ ଉପତ୍ୟକାରେ ସୈନିକମାନଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଦୁଇ ଦେଶ ହଜାର ହଜାର ସୈନିକ ମୁହାଁମୁହିଁ ନିୟୋଜିତ ହୋଇଥିଲେ। ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିଲେ।

ସୂଚନାଅନୁସାରେ, ଏକ ସପ୍ତାହ ବୁଝାମଣା ପରେ ନିଷ୍ପତ୍ତି ନିଆଯାଇଛି ଯେ ଏହି ପ୍ରତ୍ୟାହାର ତିନିଟି ପର୍ଯ୍ୟାୟରେ ଶେଷ ହେବ। ପ୍ରଥମ ପର୍ଯ୍ୟାୟ ହେଉଛି ଟ୍ୟାଙ୍କ, ସଶସ୍ତ୍ର ଯାନ ଏବଂ ସୈନିକମାନେ ସୀମାଠାରୁ ଏକ ନିର୍ଦ୍ଦିଷ୍ଟ ଦୂରତାକୁ ପଛକୁ ଯିବେ। ବୁଝାମଣାରେ ସହମତି ଅନୁଯାୟୀ, ଗୋଟିଏ ଦିନ ମଧ୍ୟରେ ଟ୍ୟାଙ୍କ ଏବଂ ସୈନିକମାନଙ୍କୁ ହଟାଇବାକୁ ପଡିବ।

ଦ୍ୱିତୀୟ ପର୍ଯ୍ୟାୟରେ, ଉଭୟ ପକ୍ଷକୁ ପାଗୋଙ୍ଗ ହ୍ରଦରୁ ୩ ଦିନ ପାଇଁ ପ୍ରତିଦିନ ପ୍ରାୟ ୩୦ ପ୍ରତିଶତ ସୈନ୍ୟ ପ୍ରତ୍ୟାହାର କରିବାକୁ ପଡିବ। ଏହା ପରେ ଭାରତୀୟ ସୈନିକମାନେ ସେମାନଙ୍କର ପ୍ରଶାସନିକ ଧନ ସିଂ ଥାପା ପୋଷ୍ଟକୁ ଫେରି ଆସିବେ।  

ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଉଭୟ ପକ୍ଷ ପାଗୋଙ୍ଗ ହ୍ରଦ ଅଞ୍ଚଳର ଦକ୍ଷିଣ ଉପକୂଳରେ, ଚୁସୁଲ ଏବଂ ରେଜାଙ୍ଗ ଲା ଚାରିପାଖରେ ଥିବା ଉଚ୍ଚଭୂମିରେ ସେମାନଙ୍କ ନିୟୋଜନ ସ୍ଥାନ ଖାଲି କରିବାକୁ ପଡିବ।

ପ୍ରତ୍ୟାବର୍ତ୍ତନ ଉପରେ ଉଭୟ ଦେଶ ନଜର ରଖିବେ। ଏହି କାର୍ଯ୍ୟାନୁଷ୍ଠାନ ଉପରେ ନଜର ରଖିବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଏଥିରେ ପାରସ୍ପରିକ କଥାବାର୍ତ୍ତା ତଥା ତଦାରଖ ପାଇଁ ମାନବ ବିହୀନ ବିମାନ ଯାନ (UAV) ର ବ୍ୟବହାର ଅନ୍ତର୍ଭୁକ୍ତ ହେବ।

Also Read| Odisha Bypoll: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ

Share this: