Covid19 Odisha Today: ଆଜି ଓଡ଼ିଶାରରୁ ୧୦୪୩ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: Covid19 Odisha today ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ (Odisha covid19) ଦିନକୁ ଦିନ ବଢିବାରେ ଲାଗିଛି। ଆଜି ଦୈନିକ ସଂକ୍ରମଣ ହଜାରେ ପାର କରିଛି। ଗତକାଲି ରାଜ୍ୟରୁ ୮୦୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଗୁରୁବାର ୧୦୪୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ରାଜ୍ୟକୁ ଚିନ୍ତାଜନକ ପରିସ୍ଥିତି ଆଡକୁ ନେଉଛି। ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୧୦୦ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୦୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୩୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୩୫ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ଵରରୁ ୨୦ଜଣ, ବରଗଡ଼ରୁ ୨ଜଣ, ଭଦ୍ରକରୁ ୭ଜଣ, ବଲାଙ୍ଗୀରିରୁ ୭ଜଣ, ବୌଦରୁ ୧୩ଜଣ, କଟକରୁ ୨୦୫ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗଡରୁ ୪ଜଣ, ଢେଙ୍କାନାଳରୁ ୩ଜଣ, ଗଜପତିରୁ ୧୦ଜଣ, ଗଞ୍ଜାମରୁ ୬ଜଣ, ଜଗତସିଂପୁରରୁ ୨୨ଜଣ, ଯାଜପୁରରୁ ୧୮ଜଣ, ଝାରସୁଗୁଡାରୁ ୧୨ଜଣ, କଳାହାଣ୍ଡିରୁ ୧୦ଜଣ, କନ୍ଧମାଳରୁ ୨ଜଣ, କେଉଁଝରରୁ ୬ଜଣ, କୋରାପୁଟରୁ ୪ଜଣ, ମୟୁରଭଞ୍ଜରୁ ୨୮ଜଣ, ନୟାଗଡରୁ ୯ଜଣ, ନୂଆପଡ଼ାରୁ ୯ଜଣ, ପୁରୀରୁ ୨୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୩୧ଜଣ, ସୋନପୁରରୁ ୩୨ଜଣ, ସୁନ୍ଦରଗଡରୁ ୧୦୬ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୭୯ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୨୩ଲକ୍ଷ ୧୪ହଜାର ୧୦୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୯୭ ହଜାର ୧୭୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୭୯ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୮୩ହଜାର ୧୬୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୮୨୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ଏଥିସହିତ ଜ୍ଵର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ପରୀକ୍ଷା କରି ପୃଥକବାସରେ ରୁହନ୍ତୁ। କୋଭିଡ୍ ନିୟମ ଅନୁପାଳନ ସହ ସତର୍କତା ଅବଲମ୍ବନ କରନ୍ତୁ। କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

mahimalive news
Share this:

Leave a Reply

Your email address will not be published. Required fields are marked *