Odisha Covid19: ଆଜି ୩୬୦୦ ଜଣ କରୋନା ପଜିଟିଭ ଚିହ୍ନଟ,ମୋଟ ୨ ଲକ୍ଷ ୨୬ ହଜାରରୁ ଅଧିକ

Share this:

ଭୁବନେଶ୍ଵର: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ମଧ୍ୟ  ତିନିହଜାର ଉପରେ ଅଛି। ଆଜି ରାଜ୍ୟରେ ୩ ହଜାର ୬୦୦ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨ ହଜାର ୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୪୯୧ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୬୬ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୩୧ ଜଣ, କଟକରୁ ୩୫୮ ଜଣ, କନ୍ଧମାଳ ଜିଲ୍ଲାରୁ୯୭ ଜଣ, କୋରାପୁଟରୁ ୬୬ ଜଣ, କେନ୍ଦ୍ରାପଡ଼ାରୁ ୧୨୯ ଜଣ, କେଉଁଝରରୁ ୧୦୬ ଜଣ ଓ କଳାହାଣ୍ଡିରୁ ୫୧ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୨୬ ଜଣ, ସୁନ୍ଦରଗଡ଼ରୁ ୮୯ ଜଣ ଓ ସୋନପୁର ଜିଲ୍ଲାରୁ ୧୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୩୯ ଜଣ, ଜଗତସିଂହପୁରରୁ  ୭୩ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୪୧ ଜଣ ସଂକ୍ରମିତ ହୋଇଛନ୍ତି।

750_375_dabur

ସେହିପରି ବରଗଡ଼ରୁ ୧୦୬ ଜଣ, ବାଲେଶ୍ଵରରୁ ୧୦୭ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୯୯ ଜଣ, ବୌଦ୍ଧରୁ ୪୭ ଜଣ ଏବଂ ଭଦ୍ରକରୁ ୮୨ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୧୯ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୧୫  ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୭୪ ଜଣ, ନବରଙ୍ଗପୁରରୁ ୧୧୬ ଜଣ ଓ ନୂଆପଡ଼ାରୁ ୮୪ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୪୭ ଜଣ, ଦେଓଗଡରୁ ୧୧ ଜଣ, ରାୟଗଡାରୁ ୩୨ ଜଣ, ଅନୁଗୋଳରୁ ୧୦୦ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୫୬ ଜଣ ଏବଂ ମାଲକାନଗିରିରୁ ୪୬ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୧୫୮ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୩ ଲକ୍ଷ ୪୮ ହଜାର ୮୬୧ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୨୬ ହଜାର ୩୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୫ ହଜାର ୩୬୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:Covid19 Angul:ଅନୁଗୋଳ ଜିଲାରୁ ଆଜି ପୁଣି ୧୦୯ କରୋନା ସଂକ୍ରମିତ ଚିହ୍ନଟ;ମୋଟ ୪,୬୧୭

 

Share this: