Odisha Covid19: ଆଜି ରାଜ୍ୟରେ ପୁଣି ୪୦୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଏକ ଲକ୍ଷ ୯୮ ହଜାରରୁ ଅଧିକ ସୁସ୍ଥ; ୧୭ ମୃତ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୪ ହଜାର ୬୬ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୯୮ ହଜାର ୧୯୪ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬୪୮ ଜଣ ସୁସ୍ଥ କଟକରୁ ୫୨୧ ଜଣ, ଅନୁଗୋଳରୁ ୨୨୫ ଜଣ, ବରଗଡ଼ରୁ ୧୪୧ ଜଣ, ଯାଜପୁରରୁ ୧୮୧ ଜଣ, ମୟୁରଭଞ୍ଜରୁ ୧୧୪  ଜଣ, ଭଦ୍ରକରୁ ୧୨୭ ଜଣ, ବାଲେଶ୍ଵରରୁ ୧୧୯ ଜଣ, ଢେଙ୍କାନାଳରୁ ୫୭ ଜଣ, ପୁରୀରୁ ୧୦୫ ଜଣ, ଜଗତସିଂପୁରରୁ ୧୫୨ ଜଣ, ରାୟଗଡାରୁ ୬୧ ଜଣ, ଗଞ୍ଜାମରୁ ୬୦ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୨୮ ଜଣ, ନୟାଗଡ ୪୧ ଜଣ, ସୋନପୁରରୁ ୬୧ ଜଣ, ବଲାଙ୍ଗୀରରୁ ୮୧ ଜଣ, ସୁନ୍ଦରଗଡରୁ ୧୬୭ ଜଣ, ଝାରସୁଗୁଡାରୁ ୯୧ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୩୫ ଜଣ, କେନ୍ଦ୍ରାପଡା ୧୦୬ ଜଣ, କୋରାପୁଟରୁ ୬୦, କେଉଁଝରରୁ ୬୫ ଜଣ, କନ୍ଧମାଳରୁ ୧୦୮ ଜଣ, ନୂଆପଡ଼ାରୁ ୧୫୨ ଜଣ, କଳାହାଣ୍ଡିରୁ ୬୦ ଜଣ, ଗଜପତିରୁ ୧୩ ଜଣ, ବୌଦ୍ଧରୁ ୫୯ ଜଣ, ମାଲକାନଗିରି ଜିଲ୍ଲାରୁ ୬୫ ଜଣ,ଦେଓଗଡରୁ ୧୪ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୪୯ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଆଜି ଆଉ ୧୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟ ୮୯୨କୁ ବୃଦ୍ଧି ପାଇଛି। ଆଜି ବାଲେଶ୍ୱର ଓ ଢେଙ୍କାନାଳରୁ ୩ ଜଣ ଲେଖାଏଁ, ଖୋର୍ଦ୍ଧା, ଜଗତ୍‍ସିଂହପୁର ଓ ପୁରୀରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ସେହିପରି ଭଦ୍ରକ, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣବିଭାଗ ପକ୍ଷରୁ କୁହାଯାଇଛି।

Also Read:Corona Updates India:ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲକ୍ଷେ ପାର

Share this: