Breaking News Odisha: ବର୍ତ୍ତମାନର ତାଜା ଖବର, ସଂକ୍ଷେପରେ

Share this:

Nilagiri News: ଟିଟି ବଦଳରେ କୁକୁର କାମୁଡ଼ା ଇଞ୍ଜେକସନ!

Breaking News Odisha: ଟିଟି ବଦଳରେ କୁକୁର କାମୁଡ଼ା ଇଞ୍ଜେକସନ! ଆଜି ଏକ ଭୁଲ୍ ଇଞ୍ଜେକସନ୍ ଦେବାକୁ ନେଇ ନୀଳଗିରି ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି। ଟିଟି ବଦଳରେ କୁକୁର କାମୁଡ଼ା ଇଞ୍ଜେକସନ ଦେବାରୁ ହସ୍ପିଟାଲ ପରିସରେ ଉତ୍ତେଜନା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବ୍ଳେଡରେ ହାତ କଟିଯିବାରୁ ମେଡିକାଲକୁ ଆସିଥିବା ଜଣେ ନାବାଳକକୁ ଭୁଲ୍ ଇଞ୍ଜେକସନ୍ ଦିଆଯାଇଛି ବୋଲି ଅଭିଯୋଗ ଆସିଛି।

BJP Bhubaneswar | ମଶାପାଇଁ ମଶାରୀ ଭିତରେ ବିଜେପିର ପ୍ରତିବାଦ

ଭୁବନେଶ୍ୱରରେ ମଶା ପାଇଁ ବିଏମ୍ସି ଅଫିସ ଆଗରେ ବିଜେପି ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ। ମଶା ନିୟନ୍ତ୍ରଣ କରାଯାଉନଥିବାରୁ ବିଜେପିର ପ୍ରତିବାଦ। BMC ଅଫିସ ଆଗରେ ମଶାରୀ ଭିତରେ ବିକ୍ଷୋଭ ପ୍ରଦର୍ଶନ କରିଛି ରାଜ୍ୟ ବିଜେପି ପାର୍ଟି। ବିଏମ୍ସି ଅଫିସ ଭିତରକୁ ବିଜେପି କର୍ମୀଙ୍କ ଧସେଇ ପଶିବାକୁ ଉଦ୍ୟମ କରାଯାଇଛି।

Phulbani Beggar Donating | ଶହେ ନୁହେଁ କି ଦୁଇ ଶହ ନୁହେଁ ପୁରା ଲକ୍ଷେ ଟଙ୍କା ଦାନ କଲେ ଭିକାରୁଣୀ

ଶହେ ନୁହେଁ କି ଦୁଇ ଶହ ନୁହେଁ ପୁରା ଲକ୍ଷେ ଟଙ୍କା ଦାନ କଲେ ଜଣେ ଭିକାରୁଣୀ।  ଫୁଲବାଣୀ ଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନକଲେ ଜଣେ ୬୦ ବର୍ଷୀୟା ବୃଦ୍ଧା। ସେ ହେଲେ ତୁଳା ବେହେରା। ସେ ସହରରେ ବୁଲିବୁଲି ଭିକମାଗି ଚଳନ୍ତି। ଜୀବନ ସାରା ଭିକ ମାଗି ବ୍ୟାଙ୍କରେ ଟଙ୍କା ରଖିଥାଆନ୍ତି। ଆଉ ଶେଷରେ ଦାନ କଲେ ନିଜର ସଞ୍ଚିତ ଅର୍ଥ। ସେ ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି।

Lok Sabha Live | ଲୋକସଭାରେ ଉଠିଲା ଖଣି ଦୁର୍ନୀତି, ଉଠାଇଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ

ଲୋକସଭାରେ ଉଠିଲା ଖଣି ଦୁର୍ନୀତି। ରାଜ୍ୟ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି  ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ। ଉଚ୍ଚମାନର ଖଣିଜକୁ ନିମ୍ନ ମାନ ଦର୍ଶାଇ କୋଟି କୋଟି ହଡ଼ପ ହୋଇଥିବା ଆଜି ଲୋକସଭାରେ ସେ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଓଡ଼ିଶାର ଅନେକ ଖଣି ୨୦୨୦-୨୧ରେ ରାଜ୍ୟ ସରକାର ନିଲାମ କରିଥିଲେ, ନୂଆ ନିଲାମଧାରୀ ଅନେକ ଖଣିଜକୁ ହଠାତ୍ ନିମ୍ନମାନର ଦର୍ଶାଇଥିଲେ।

Bhubaneswar Updates: ପୁଣି ଭୁବନେଶ୍ୱରରେ ବୁଲିଲା ଖଣ୍ଡା

ରସୁଲଗଡ଼ ଅଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଖଣ୍ଡାରେ ହାଣି ଦୁର୍ବୃତ୍ତ ଫେରାର, ଜମି ବିବାଦରୁ ଆକ୍ରମଣ କରାଯାଇଥିବା ସୂଚନା ରହିଛି।  ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସର ତଦନ୍ତ ଜାରି।

Advertisement

best selling electronics amazon

Puri Srimandira: ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ପହିଲି ଭୋଗ ନୀତି ଆରମ୍ଭ

ଶ୍ରୀମନ୍ଦିରରେ ଆଜିଠାରୁ ପହିଲି ଭୋଗ ନୀତି ଆରମ୍ଭ ହୋଇଛି। ଏଥିଲାଗି ରାତି ୩ଟାରୁ ମନ୍ଦିରର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତୀ, ମଇଲମ ରୋଷହୋମ ଓ ତଡପଲାଗି ଆଦି କେତେକ ନୀତି କରାଯାଇଥିଲା। ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ଏହି ନୀତି କରାଯିବାର ବିଧି ରହିଛି।

Baripada Bus Accident: ବସ୍ ଓଲଟି ୨୦ଆହତ

ବାରିପଦାରେ ଭାରସାମ୍ୟ ହରାଇ ଏକ ବସ୍ ଓଲଟି ପଡିବାରୁ ୨୦ ଆହତ ହୋଇଥିବା ଖବର ମିଳିଛି। NH18 କୁଳିଅଣା ବାଲିମୁଣ୍ଡୁଳି ଛକରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ବସଟି କରଞ୍ଜିଆରୁ ବାରିପଦା ଆସୁଥଲା ବେଳେ ଏହି ଅଘଟଣ ଘଟିଛି। ସମସ୍ତ ଆହତମାନଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ଖବର ମିଳିଛି (Breaking News Odisha)।

VIJAY DIWAS – December 16 | ଆଜି ବିଜୟ ଦିବସ, ଭାରତୀୟ ସେନା ପାଳନ କରୁଛି

ଦେଶବ୍ୟାପୀ ଭାରତୀୟ ସେନା ପାଳନ କରୁଛି ବିଜୟ ଦିବସ। ୧୯୭୧ ଆଜିର ଦିନରେ ପାକିସ୍ତାନକୁ ପରାସ୍ତକରିଥିଲା ଭାରତ। ଜାତୀୟ ସମର ସ୍ମାରକୀରେ ସହିଦ ଯବାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଶ୍ରଦ୍ଧାଞ୍ଜଳି।   

High Court Bench Sambalpur | ସମ୍ବଲପୁର ଘଟଣାକୁ ନେଇ ଓକିଲଙ୍କ ବୈଠକ  

ଓଡ଼ିଶାରେ ଆଇନ୍‍ଜୀବୀ ଆନ୍ଦୋଳନ ଏବଂ ସମ୍ବଲପୁର ଘଟଣା ପ୍ରସଙ୍ଗରେ ଦିଲ୍ଲୀସ୍ଥିତ ବାର୍‍ କାଉନ୍‍ସିଲ ଅଫ୍‍ ଇଣ୍ଡିଆର ଆଜି ବୈଠକ ଅନୁଷ୍ଠିତ ହେବ।

Agni-5 Missile Range – ଅଗ୍ନି ୫ ମିସାଇଲର ସଫଳ ପରୀକ୍ଷଣ

ପ୍ରତିରକ୍ଷା, ଅନୁସନ୍ଧାନ ଏବଂ ବିକାଶ ସଂଗଠନ – ଡିଆର୍‍ଡିଓ ପକ୍ଷରୁ ଧାମରାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ବାଲିଷ୍ଟିକ୍‍ କ୍ଷେପଣାସ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଛି।

Odisha Winter Returns | ପୁଣି ଫେରିଲା ଶୀତ

Odisha Winter Returns | ପୁଣି ଫେରିଲା ଶୀତ

ରାଜ୍ୟକୁ ପୁଣି ଫେରିଲା ଶୀତ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ଖସିବାର ସମ୍ଭାବନା ରହିଛି।

FROM THE WEB

Share this:

Leave a Reply

Your email address will not be published.