High Court Bench In Odisha: ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ହେବ ନାହିଁ: ସୁପ୍ରିମକୋର୍ଟ
ଭୁବନେଶ୍ଵର: No Need For Any High Court Bench In Odisha Says Supreme Cour ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ଚାଲିଥିବା ଆନ୍ଦୋଳନକୁ ଝଟକା ଲାଗିଛି। ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ନେଇ ଓକିଲମାନେ ସମ୍ବଲପୁରରେ ବ୍ୟାପକ ଭଙ୍ଗାରୁଜା କରିବା ପରେ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରି ହାଇକୋର୍ଟ ବେଞ୍ଚ ଦାବିକୁ ଖାରଜ କରିଦେଇଛନ୍ତି।
ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ଚାଲିଥିବା ଆନ୍ଦୋଳନ ଘଟଣାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣିବେଳେ ଏଭଳି କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନର ଭୌଗୋଳିକ ସ୍ଥିତି ଓ ବୈଷୟିକ ସୁବିଧା ଦୃଷ୍ଟିରୁ ଆଉ ବେଞ୍ଚର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ରୋକଠୋକ ଶୁଣାଇଛନ୍ତି।
ସେହିପରି ଓକିଲ ସଂଘଠାରୁ ସର୍ବୋଚ୍ଚ ଅଦାଲତ ବିସ୍ତୃତ ରିଜୋଲ୍ୟୁସନ ମାଗିଛନ୍ତି। ଓକିଲ ସଂଘର ଆଚରଣରେ ଅସନ୍ତୋଷ ବ୍ୟକ୍ତ କରି କୋର୍ଟ ଯେପରିଭାବେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି, ସେହି ଅନୁଯାୟୀ ଆଉ ବେଞ୍ଚ ପ୍ରତିଷ୍ଠାର (High Court Bench In Odisha) ଆଶା ନାହିଁ ବୋଲି ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ, ଦୀର୍ଘଦିନ ଧରି ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆଇନଜୀବୀମାନେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଥିଲେ। ଏଥିଯୋଗୁଁ କୋର୍ଟ କାର୍ଯ୍ୟ ବାରମ୍ବାର ପ୍ରଭାବିତ ହୋଇଥିଲା। ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଇନଜୀବୀମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଗତ ସୋମବାର ସମ୍ବଲପୁରରେ ଆଇନଜୀବୀମାନେ ଉଗ୍ର ରୂପ ପ୍ରଦର୍ଶନ କରିଥିଲେ।
ସବୁଠୁ ବଡ଼ କଥା ହେଉଛି ପୁଲିସ୍ ଉପସ୍ଥିତିରେ ଏଭଳି ଘଟଣା ଘଟିବାରୁ ସର୍ବୋଚ୍ଚ ଅଦାଲତ ମଧ୍ୟ ଅସନ୍ତୋଷ ପ୍ରକାଶ କରି ଓଡ଼ିଶା ପୁଲିସ୍ ମହାନିର୍ଦ୍ଦେଶକ ଓ ଉତ୍ତରାଞ୍ଚଳ ଆଇଜିଙ୍କୁ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଆଜି ଉଭୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇଥିବା ଜଣାପଡିଛି।
Read Also
- OSSC Teacher Recruitment 2023: ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପରୀକ୍ଷା ମାର୍ଚ୍ଚ ୧୦ ରୁ ଆରମ୍ଭ
- COVID-19 vaccination Odisha: ଆଜିଠାରୁ ପୁଣି ଟୀକାକରଣ ଆରମ୍ଭ, ଉଭୟ ଅନଲାଇନ ଅଫ ଲାଇନରେ ଆରମ୍ଭ
- Pradhan Mantri Awas Yojana 2023 Odisha: ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ, ଅଯୋଗ୍ୟ ଘର ପାଇଥିଲେ ଏହି ନମ୍ବରରେ କରନ୍ତୁ ଅଭିଯୋଗ
- India vs Sri Lanka ODI Highlight: ଶ୍ରୀଲଙ୍କାକୁ ହରାଇ ଦିନିକିଆ ସିରିଜ ଜିତିଲା ଭାରତ
- 5G Odisha Plans : ଓଡିଶାରେ ଆସନ୍ତା କାଲିଠାରୁ ଫାଇଭ୍-ଜି ସେବା ଆରମ୍ଭ ହେବ
FROM THE WEB