Corona: ଆଜି ଢେଙ୍କାନାଳ ଜିଲ୍ଲାରୁ ନୂଆ ୩୪ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ଆଜି କମିଛି କରୋନା (Covid-19) ସଂକ୍ରମଣ। ଆଜି ଜିଲ୍ଲାରୁ ନୂଆ ୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୨୨ ଏବଂ ହସ୍ପିଟାଲରୁ ୧୨ଜଣ ଚିହ୍ନଟ ଅଛନ୍ତି। ସେହିପରି ଜିଲ୍ଲାରୁ ଆଜି ୨ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଆଜି ପର୍ଜଙ୍ଗ ବ୍ଲକ (Parjang Block) ରୁ ୯ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ କଙ୍କଡାସୋଡାରୁ ୫ଜଣ ଥିବାବେଳେ କାନ୍ତର, କୁଆଳୁ, କୁଲେଇ ଏବଂ ଦଦରାଘଟିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସଦର ବ୍ଲକ (Sadar Block) ରୁ ୭ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଚାଉଳିଆ, ଛତିଆ, ଲୋଚାପାଲି, କଙ୍କଡାହାଡ଼, ମହୁଲପାଳ, ବୋରପଦା ଏବଂ ଭାପୁରରୁ ଜଣେ ଲେଖାଏଁ ଅଛନ୍ତି।

ହିନ୍ଦୋଳ ବ୍ଲକ (Hindol Block) ରୁ ୪ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ତର୍କାବେଡ଼ା, ପଶାସିଂ, ନୂଆପାଟଣା ଏବଂ କୁରୁମିଠାରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ଜଣେ ଅଛନ୍ତି। ଓଡାପଡା ବ୍ଲକ (Oapada Block) ରୁ ୪ଜଣ ଚିହ୍ନଟଙ୍କ ମଧ୍ୟରୁ ଏକଘରିଆ, ଘଟିବିରି, ମଲିବିଡୋ ଏବଂ ଜରିପାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କାଠଗଡା ଏବଂ ରଥଗଡାରୁ ଜଣେ ଲେଖାଏଁ ଅଛନ୍ତି। ଗଁଦିଆ ବ୍ଲକ ମଧ୍ୟରୁ ନିହଲପ୍ରସାଦରୁ ଜଣେ ଅଛନ୍ତି। ଭୁବନ ବ୍ଲକ ଚାନ୍ଦିପାଳରୁ ଜଣେ, କାମାକ୍ଷାନଗର NAC ରୁ ଜଣେ, କଙ୍କଡାହାଡ ବ୍ଲକ ବାଟଗାଁରୁ ଜଣେ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୩ଜଣ ଚିହ୍ନଟ ହୋଇଛନ୍ତି।

ମୋଟ ୩ ଲକ୍ଷ ୫୪ ହଜାର ୬୦୯ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୭୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୫୭ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୮ ହଜାର ୭୫ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୮୧ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ୨ଜଣ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୯୩ରେ ପହଞ୍ଚିଛି।

[amazon_auto_links id=”9932″]

Also Read | Angul Covid-19: ଆଜି ଅନୁଗୁଳ ଜିଲ୍ଲାରୁ ୧୦୨ଜଣ କରୋନା ପଜିଟିଭ ଚିହ୍ନଟ

Share this: