Zika Virus: ଆସିଲା ଜିକା ଭାଇରସ, ୧୪ ଜଣ ରୋଗୀ ଚିହ୍ନଟ ପରେ କେରଳକୁ ଗଲେ କେନ୍ଦ୍ରୀୟ ଟିମ୍

Share this:

ନୂଆଦିଲ୍ଲୀ: କରୋନା ଭାଇରସ (Coronavirus) ର ୨ୟ ଲହରକୁ ଦେଶ ମୁକାବିଲା କରିଥିବାବେଳେ ଏବେ ଆସିଲା ଜିକା ଭାଇରସ (Zika Virus)। କେରଳ (Kerala) ରେ ୧୪ଟି ଜିକା ଭୂତାଣୁ ଚିହ୍ନଟ ହେବା ପରେ କେନ୍ଦ୍ରସରକାର ରାଜ୍ୟକୁ ଏକ ୬ ଜଣିଆ ବିଶେଷଜ୍ଞ ଦଳ ପଠାଇଛି। ଏହି ଦଳ ସେଠାରେ ଥିବା ପରିସ୍ଥିତିର ଅନୁଧ୍ୟାନ କରିବେ ଏବଂ ଜିକା ମାମଲା ପରିଚାଳନାରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବେ।

Also Read | Angul Covid-19: ଆଜି ଅନୁଗୁଳ ଜିଲ୍ଲାରୁ ୧୦୨ଜଣ କରୋନା ପଜିଟିଭ ଚିହ୍ନଟ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ଶୁକ୍ରବାର ଦିନ କହିଛନ୍ତି ଯେ କେରଳରେ ଜିକା ଭୂତାଣୁର କିଛି ମାମଲା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବା ଏବଂ ପରିସ୍ଥିତିକୁ ତଦାରଖ କରିବା ପାଇଁ କେନ୍ଦ୍ର ଦ୍ୱାରା ଏକ ୬ଜଣିଆ ଦଳ ପଠାଯାଇଛି। ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ଭୂତାଣୁ ରୋଗ ବିଶେଷଜ୍ଞ ଏବଂ AIIMS ର ଡାକ୍ତରମାନଙ୍କୁ ସେଠାରେ ପହଞ୍ଚିବା ଏବଂ ସେଠାରେ ଜିକା ପରିଚାଳନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସହାୟତା କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସୂଚନାଯୋଗ୍ୟ ଗୁରୁବାର ଦିନ ଜିକା ଭୂତାଣୁ ଜଣେ ଗର୍ଭବତୀ ମହିଳାଙ୍କ ଭିତରେ ଚିହ୍ନଟ ହୋଇଥିଲା। ଏହି ଭୂତାଣୁର ଏହା ପ୍ରଥମ ଘଟଣା ଥିଲା। ମ୍ୟାଲେରିଆ ପରି ଜିକା ଭୂତାଣୁ ମଶା କାମୁଡ଼ିବା ଦ୍ୱାରା ବିସ୍ତାର ହୁଏ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଶୁକ୍ରବାର ଦିନ କେରଳରେ ଜିକାର ୧୩ଟି ନୂଆ ମାମଲା ନିଶ୍ଚିତ କରିଛି। ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି। କେରଳ ସରକାର କହିଛନ୍ତି ଯେ ଜିକା ଭୂତାଣୁ ରୋକିବା ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି।

ଜିକା ଭୂତାଣୁର ଲକ୍ଷଣ ହେଉଛି ଡେଙ୍ଗୁ ମହାମାରୀ ସହିତ ସମାନ। ଏହା ଦ୍ଵାରା ଜ୍ୱର ଏବଂ ଗଣ୍ଠି ଯନ୍ତ୍ରଣା ହୋଇଥାଏ।

Also Read | ଦେଶରେ ୧୫ଶହରୁ ଅଧିକ PSA oxygen plant ପ୍ରତିଷ୍ଠା କରାଯାଉଛି:ପ୍ରଧାନମନ୍ତ୍ରୀ ମୋଦୀ

Share this: