Corona Vaccine: ଓଡ଼ିଶାରେ କରୋନା ଟୀକା ଡାଟାବେସ୍ ଚାଲିଛି ପ୍ରସ୍ତୁତି, କେବଳ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ଲକ୍ଷେ ପାର

Share this:

Bhubaneswar: କରୋନା ସଂକ୍ରମଣ (Corona Virus) ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ କାଳାତିପାତ କରୁଛନ୍ତି। ଟୀକା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି  ଜେ କେବେ କରୋନା ଟୀକା ମିଳିବ।

କେନ୍ଦ୍ର ସରକାରଙ୍କ ଚିଠି ଅନୁସାରେ  ରାଜ୍ୟ ସରକାର ଗତ୨୩ ତାରିଖରେ ଏକ ଚିଠି ଜାରି କରି ସ୍ୱାସ୍ଥ୍ୟକର୍ମୀଙ୍କ ଡାଟାବେସ୍‍ ତିଆରି କରିବା ଲାଗି କହିଛନ୍ତି। ଆୟୁଷ ସଂଘ, ଘରୋଇ ଡାକ୍ତର ସଂଘ, ନର୍ସିଂସଂଘ, ଘରୋଇ ସ୍ୱାସ୍ଥ୍ୟାନୁଷ୍ଠାନ ମାଲିକ ଓ ମହିଳା ଶିଶୁ ବିଭାଗ ମିଶନ ଶକ୍ତିକୁ ଏନେଇ ଚିଠି ଲେଖାଯାଇଛି। ଏବେ ରାଜ୍ୟରେ ସରକାରୀ ଓ ବେସରକାରୀ ଡାକ୍ତର, ଆୟୁଷ ଡାକ୍ତର, ନର୍ସିଂ କର୍ମଚାରୀ, ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ମିଶାଇଲେ ସେମାନଙ୍କ ସଂଖ୍ୟା ୧ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଗତ ଫେବୃୟାରୀ ମାସରେ ଦେଇଥିବା ସୂଚନା ଅନୁସାରେ ଓଏମ୍‍ଏଚ୍‍ଏସ୍‍ କ୍ୟାଡରରେ ରାଜ୍ୟରେ ୫ହଜାର ୪୧୪ଜଣ ଡାକ୍ତର ଥିବାବେଳେ ଓଏମ୍‍ଇଏସ୍‍ରେ ୧ହଜାର ୨୩ ଓ ଓଏମ୍‍ଏଚ୍‍ଏସ୍‍, ଦାନ୍ତ ବିଭାଗରେ ୩୩୬ଜଣଙ୍କୁ ମିଶାଇ ସମୁଦାୟ ୬ହଜାର ୭୭୩ଜଣ ଡାକ୍ତର ରାଜ୍ୟରେ କାର୍ଯ୍ୟ କରୁଥିବା ଜଣାପଡିଛି।

Also Read | Corona Vaccine: କରୋନା ଟିକା କିପରି ଆପଣ ପାଇବେ, ଜାଣନ୍ତୁ ସରକାରଙ୍କ ଯୋଜନା

Share this: