Drink From Tap Mission: ଡ୍ରିଙ୍କ ଫ୍ରମ୍‍ ଟ୍ୟାପ୍‍ ଯୋଜନା କଟକରେ ହେବ ଆରମ୍ଭ

Share this:

Cuttack: ପୁରୀ (Puri) ପରେ କଟକ ସହରରେ (Cuttack City) ଆରମ୍ଭ ହେବାକୁ ଯାଉଛି ‘ଡ୍ରିଙ୍କ ଫ୍ରମ୍‍ ଟ୍ୟାପ୍‍ ଯୋଜନା’(Drink From Tap)। ସହରବାସୀଙ୍କୁ ଟ୍ୟାପ୍‍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଲୋକମାନଙ୍କୁ ଆଉ କୌଣସି ଘରୋଇ ୱାଟର ପ୍ୟୁରିଫାୟର ବ୍ୟବହାର କରିବାକୁ ପଡିବ ନାହିଁ।

ସୂଚନାନୁସାରେ ବର୍ତ୍ତମାନ ସମ୍ପୂର୍ଣ୍ଣ କଟକ ସହରରେ ଡ୍ରିଙ୍କ ଫ୍ରମ୍‍ ଟ୍ୟାପ୍‍ ଯୋଜନା ଖୁବ୍‍ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ଏହାଦ୍ୱାରା କଟକ ସହରର ପ୍ରାୟ ୬ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ବିଶେଷକରି କଟକର ସିଡିଏ (CDA) ଓ ଅନ୍ୟ କେତେକ ଅଞ୍ଚଳରେ ଆଇରନ ମିଶା ପାଣିକୁ ନେଇ ଯେଉଁ ସମସ୍ୟା ଥିଲା ତାହା ଏହି ଯୋଜନାରେ ଦୂର ହୋଇପାରିବ। ଗତ କିଛିଦିନ ତଳେ ପୁରୀରେ ଡ୍ରିଙ୍କ ଫ୍ରମ୍‍ ଟ୍ୟାପ୍‍ ଯୋଜନାକୁ ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନ କରିଥିଲେ।

ଏହି ଯୋଜନାରେ ପୁରୀ ସହରବାସୀ ଏଣିକି ୨୪ଘଣ୍ଟିଆ ଶୁଦ୍ଧ ପାନୀୟଜଳ ପାଇବେ। ତେବେ ପୁରୀ ପରେ ଖୁବ୍‍ଶୀଘ୍ର କଟକରେ ମଧ୍ୟ ଏହି ଯୋଜନା ଆରମ୍ଭ ହେବାକୁ ଯାଉଛି। ସୂଚନାଯୋଗ୍ୟ ଯେ କଟକରେ ଆରମ୍ଭ ହୋଇଥିବା ଅମୃତ ଯୋଜନା ଡ୍ରିଙ୍କ ଫ୍ରମ୍‍ ଟ୍ୟାପ୍‍ ମିଶନକୁ ସଫଳ କରିବାରେ ସହାୟକ ହୋଇଛି ବୋଲି ଜଣାପଡିଛି।

Also Read | Odisha Covid19: ଆଜି ୧୬୧୭ କରୋନା ସଂକ୍ରମଣ ସଂଖ୍ୟା ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *