CBI ର ପୂର୍ବତନ ମୁଖ୍ୟ ତଥା ପୂର୍ବତନ ନାଗାଲାଣ୍ଡ-ମଣିପୁରର ରାଜ୍ୟପାଳ ଅଶ୍ୱିନୀ କୁମାରଙ୍କ ଆତ୍ମହତ୍ୟା

Share this:

ଶିମଳା: ସିବିଆଇର ପୂର୍ବତନ ମୁଖ୍ୟ (Former CBI Chief) ତଥା ପୂର୍ବତନ ହିମାଚଳ ଡିଜିପି ଏବଂ ପୂର୍ବତନ ନାଗାଲାଣ୍ଡ-ମଣିପୁର (Nagaland-Manipur)ର ରାଜ୍ୟପାଳ (Governor) ଅଶ୍ୱନୀ କୁମାର (Ashwani Kumar) ବୁଧବାର ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ, ସେ ଶିମଳା ଘରେ ନିଜକୁ ଫାଶୀ ଦେଇଥିଲେ। କୁହାଯାଉଛି ଯେ ସେ ଡିପ୍ରେସନ ସହ ସଂଘର୍ଷ କରୁଥିଲେ।

ଶିମଲାର ଏସପି ମୋହିତ ଚାୱଲା ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଚାୱଲା କହିଛନ୍ତି ଯେ ଅଶ୍ୱିନୀ କୁମାର ପୋଲିସ କର୍ମଚାରୀଙ୍କ ପାଇଁ ଆଦର୍ଶ ଥିଲେ।

ପୋଲିସ ଘଟଣାସ୍ଥଳରୁ ଆତ୍ମହତ୍ୟା ନୋଟ ମଧ୍ୟ ଜବତ କରିଛି। ଏଥିରେ ଲେଖାଯାଇଛି ଯେ, ଜୀବନରେ ଅସନ୍ତୁଷ୍ଟ ହୋଇ ମୁଁ ପରବର୍ତ୍ତୀ ଯାତ୍ରା ପାଇଁ ଯାଉଛି।

ଅଶ୍ୱିନୀ କୁମାର ୨ ଅଗଷ୍ଟ ୨୦୦୮ ରୁ ୩୦ନଭେମ୍ବର ୨୦୧୦ ମଧ୍ୟରେ ସେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ର ନିର୍ଦ୍ଦେଶକ (Director) ଭାବରେ କାର୍ଯ୍ୟ କରିଥିଲେ। ସେହି ସମୟରେ ଶୋହରାବୁଦ୍ଦିନ ନକଲି ଏନକାଉଣ୍ଟର ମାମଲାରେ ଅମିତ ଶାହା (Amit Saha) ଙ୍କୁ ଗିରଫ କରାଯାଇଥିଲା।

ଅଶ୍ୱିନୀ କୁମାର ମାର୍ଚ୍ଚ ୨୦୧୩ ରୁ ଜୁନ୍ ୨୦୧୪ ପର୍ଯ୍ୟନ୍ତ ନାଗାଲାଣ୍ଡର ରାଜ୍ୟପାଳ ଥିଲେ। ସେ ମଧ୍ୟ ୨୦୧୩ରେ କିଛି ସମୟ ପାଇଁ ମଣିପୁରର ରାଜ୍ୟପାଳ ଥିଲେ। ସେ ଅଗଷ୍ଟ ୨୦୦୬ ରୁ ଜୁଲାଇ ୨୦୦୮ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ଡିଜିପି ଥିଲେ।

୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ସେ ଏସପିଜିରେ ଅନେକ ପଦବୀରେ ରହିଥିଲେ। ସେ ପିଏମଓ (PMO) ରେ ସହକାରୀ ନିର୍ଦ୍ଦେଶକ ମଧ୍ୟ ଥିଲେ। ସେ ଭାରତୀୟ ଗୁପ୍ତଚର ଏଜେନ୍ସିରେ ମଧ୍ୟ କାର୍ଯ୍ୟ କରିଥିଲେ।

Also Read|Nobel Prize 2020: ରସାୟନ ବିଜ୍ଞାନ ପାଇଁ ଇମାନୁଏଲ୍ ଚାର୍ପେଣ୍ଟିଅର୍ ଏବଂ ଜେନିଫର୍ ଏ ଡୁଡନାଙ୍କୁ ନୋବେଲ ପୁରସ୍କାର

Share this: