Covid-19 Odisha: ଓଡ଼ିଶାରୁ ରେକର୍ଡ ସଂଖ୍ୟକ ୧୨ହଜାର ୨୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୧୨ ହଜାର ୨୩୮ଜଣ କରୋନା (Corona Virus)  ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୯୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୩୨୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୨ହଜାର ୭୩ ଜଣ କରୋନା ସଂକ୍ରମିତ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୪୮୦ଜଣ, ବାଲେଶ୍ଵରରୁ ୪୩୭ଜଣ, ବରଗଡ଼ରୁ ୪୭୫ଜଣ, ଭଦ୍ରକରୁ ୩୮୧ଜଣ, ବଲାଙ୍ଗୀରିରୁ ୨୬୦ଜଣ, ବୌଦ୍ଧରୁ ୧୨୮ଜଣ, କଟକରୁ ୯୧୬ଜଣ, ଦେଓଗଡ଼ରୁ ୬୦ଜଣ, ଢେଙ୍କାନାଳରୁ ୧୪୨ଜଣ, ଗଜପତିରୁ ୯୧ଜଣ, ଗଞ୍ଜାମରୁ ୩୧୨ଜଣ, ଜଗତସିଂପୁରରୁ ୧୬୮ଜଣ, ଯାଜପୁରରୁ ୩୧୮ଜଣ, ଝାରସୁଗୁଡାରୁ ୩୦୬ଜଣ, କଳାହାଣ୍ଡିରୁ ୫୮୦ଜଣ, କନ୍ଧମାଳରୁ ୬୯ଜଣ, କେଉଁଝରରୁ ୧୭୯ଜଣ, ଖୋର୍ଦ୍ଧାରୁ ୧୮୨୮ଜଣ, କୋରାପୁଟରୁ ୧୩୦ଜଣ, କେନ୍ଦ୍ରାପଡ଼ାରୁ ୧୯୨ଜଣ, ମୟୁରଭଞ୍ଜରୁ ୨୫୭ଜଣ, ମାଲକାନଗିରିରୁ ୬୦ ଜଣ, ନବରଙ୍ଗପୁରରୁ ୨୮୨ଜଣ, ନୟାଗଡ଼ରୁ ୧୯୪ଜଣ, ନୂଆପଡ଼ାରୁ ୨୯୦ଜଣ, ପୁରୀରୁ ୩୬୯ଜଣ, ରାୟଗଡାରୁ ୨୦୧ଜଣ, ସମ୍ବଲପୁରରୁ ୫୪୪ଜଣ, ସୋନପୁରରୁ ୧୫୯ଜଣ, ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩୫୭ଜଣ ସଂକ୍ରମିତ ହୋଇଛନ୍ତି।

laptop

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୪ଲକ୍ଷ ୧୮ହଜାର ୨୧୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୫ ଲକ୍ଷ ୧୨ହଜାର ୪୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୮୫୪ଜଣ ସୁସ୍ଥ ହେବା ସହିତ ମୋଟ ୪ଲକ୍ଷ ୨୩ ହଜାର ୨୫୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୬ ହଜାର ୯୫୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | West Bengal:ପଶ୍ଚିମବଙ୍ଗକୁ ଯାଉଥିବା ଟ୍ରେନ୍‍ ଯାତ୍ରୀମାନଙ୍କୁ RT-PCR ନେଗେଟିଭ୍‍ ରିପୋର୍ଟ ନେବାକୁ ବାଧ୍ୟ: ରେଲୱେ

Share this: