Corona Vaccine:ଭାରତ ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ମାଗଣାରେ ୧୭.୧୫ କୋଟିରୁ ଅଧିକ ଦେଇଛନ୍ତି ଟିକା

Share this:

ନୂଆଦିଲ୍ଲୀ: ଭାରତ ସରକାର (Government Of India) ଏକ ସମ୍ପୂର୍ଣ୍ଣ ସରକାର ଦୃଷ୍ଟିକୋଣ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ମିଶି କୋଭିଡ-୧୯ (Covid-19) ମହାମାରୀ ବିରୋଧୀ ଲଢ଼େଇରେ ଅଗ୍ରଗାମୀ ରହିଛନ୍ତି। ମହାମାରୀର ନିୟନ୍ତ୍ରଣ ଏବଂ ମୁକାବିଲା ପାଇଁ ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ କୋଭିଡ କୈନ୍ଦ୍ରିକ ବ୍ୟବହାର ବ୍ୟତୀତ, ଏବେ ଟିକାକରଣ ଭାରତ ସରକାରଙ୍କ ପାଞ୍ଚ ସୂତ୍ରୀ ରଣନୀତିର ଏକ ଅଭିନ୍ନ ଅଙ୍ଗ ପାଲଟିଛି।

୨୦୨୧ ମେ ୧ରୁ କୋଭିଡ-୧୯ ଟିକାକରଣର ଉଦାର ତଥା ତ୍ୱରିତ ପର୍ଯ୍ୟାୟ ୩ ରଣନୀତିର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇଯାଇଛି। ଏପ୍ରିଲ ୨୮ ତାରିଖରୁ କୋଭିଡ ଟିକାକରଣ ପାଇଁ ନୂଆ ଯୋଗ୍ୟ ହିତାଧିକାରୀ ଗୋଷ୍ଠୀଙ୍କର ପଞ୍ଜୀକରଣ ଆରମ୍ଭ ହୋଇଛି। ହିତାଧିକାରୀମାନେ ସିଧାସଳଖ ଭାବେ କୋୱିନ ପୋର୍ଟାଲ (cowin.gov.in) ଅଥବା ଆରୋଗ୍ୟ ସେତୁ ଆପ ଜରିଆରେ ପଂଜୀକରଣ କରାଇ ପାରିବେ।

laptop

ଭାରତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ପାଖାପାଖି ୧୭କୋଟି ୧୫ ଲକ୍ଷ ୪୨ହଜାର ୪୧୦ ଟିକା ଡୋଜ ପ୍ରଦାନ କରିସାରିଲେଣି। ତନ୍ମଧ୍ୟରୁ, ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ବ୍ୟବହୃତ ଡୋଜ ସଂଖ୍ୟା ୧୬ କୋଟି ୨୬ ଲକ୍ଷ ୧୦ହଜାର ୯୦୫ ହୋଇଛି।

ବର୍ତ୍ତମାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୮୯ ଲକ୍ଷ ୩୧ହଜାର ୫୦୫ କୋଭିଡ ଟିକା ଡୋଜ ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ। ନକାରାତ୍ମକ ସନ୍ତୁଳନ ଥିବା ରାଜ୍ୟ ସେମାନଙ୍କୁ ଯୋଗାଣ ହୋଇଥିବା ଟିକା ଠାରୁ ଅଧିକ ବ୍ୟବହାର (ନଷ୍ଟ ସହିତ) କରୁଥିବା ଦେଖିବାକୁ ମିଳୁଛି କାରଣ ସେମାନେ ସଶସ୍ତ୍ର ବଳକୁ ଯୋଗାଇଥିବା ଟିକାକୁ ଏହା ସହିତ ମେଳ ଖୁଆଇ ନାହାନ୍ତି। ସେହିପରି ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ୨୮ ଲକ୍ଷ ୯୦ ହଜାର ୩୬୦ ଅତିରିକ୍ତ ଟିକା ଡୋଜ ଗ୍ରହଣ କରାଯିବ।

Also Read | Lockdown ସମୟରେ ଖାଉଟି ସାମଗ୍ରୀର କଳାବଜାର ହେଲେ, କଳାବଜାରୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ: ଖାଉଟି କଲ୍ୟାଣ ମନ୍ତ୍ରୀ

Share this:

Leave a Reply

Your email address will not be published. Required fields are marked *