Lockdown ସମୟରେ ଖାଉଟି ସାମଗ୍ରୀର କଳାବଜାର ହେଲେ, କଳାବଜାରୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ: ଖାଉଟି କଲ୍ୟାଣ ମନ୍ତ୍ରୀ

Share this:

ଭୂବନେଶ୍ଵର: ଓଡ଼ିଶା (Odisha) ରେ ଲକ୍‍ଡାଉନ୍‍ (Lockdown) ସମୟରେ ଖାଉଟି ସାମଗ୍ରୀର କଳାବଜାର ହେଲେ ମହଜୁଦକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖାଉଟି ସାମଗ୍ରୀର କଳାବଜାରକୁ ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ କଳାବଜାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

laptop

ଲକ୍‍ଡାଉନ୍‍ ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ୍‍ ମହଜୁଦ୍‍ ଓ କଳାବଜାର ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି ବୋଲି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଚାଉଳ, ଡାଲି, ଅଟା, ମଇଦା, ସୁଜି ଓ ଖାଇବା ତେଲଠାରୁ ଆରମ୍ଭ କରି ଆଳୁ, ପିଆଜ, ଚିନି ଇତ୍ୟାଦି ସାମଗ୍ରୀ ଚାହିଦା ଠାରୁ ଅଧିକ ରହିଥିବା ମନ୍ତ୍ରୀ କହିଛନ୍ତି। ତେଣୁ ଏହାକୁ ବେଆଇନ୍‍ ଭାବେ ମହଜୁଦ ନ କରିବା ପାଇଁ ସେ ବ୍ୟବସାୟୀ ମାନଙ୍କୁ କହିଛନ୍ତି। ସମସ୍ତ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ବେଆଇନ୍‍ ମହଜୁଦ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କଟକ ମାଲଗୋଦାମର ସ୍ଥିତି ଉପରେ ନଜର ରଖିବାକୁ ୧୨ଜଣିଆ କମିଟି ଗଠନ କରାଯାଇଛି।

Also Read | Corona ଭୂତାଣୁ ଦେବା ପରେ ବର୍ତ୍ତମାନ ଚୀନର ରକେଟ୍ ବିଶ୍ୱକୁ ବିପଦରେ ପକାଇବ

Share this:

Leave a Reply

Your email address will not be published. Required fields are marked *