ଲଦାଖ ରେ ‘ଆକାଶ’

Share this:

ଏଲଏସି ରେ ଚୀନ ର ପ୍ରସ୍ତୁତି ଓ ଯୁଦ୍ଧ ବିମାନ ଏବଂ  ହେଲିକପ୍ଟରର ଚଳପ୍ରଚଳ କୁ ଦୃଷ୍ଟିରେ ରଖି ଭାରତ ପୂର୍ବ ଲଦାଖରେ ଏକ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ନିୟୋଜିତ କରିଛି।

 ଏଥିରେ ଆକାଶ କ୍ଷେପଣାସ୍ତ୍ର ଅନ୍ତର୍ଭୂକ୍ତ ହୋଇଛି ଯାହା ଚୀନ୍ ବିମାନକୁ ଆଖି ପିଛୁଳାକେ ବିସ୍ଫୋରଣ କରିବାରେ ସକ୍ଷମ ଅଟେ। ଏହା ସହିତ ବଡ଼ ଧରଣର ସାମରିକ ଉପକରଣ ସୀମା ପାର ହୋଇ ପରିବହନ କରାଯାଉଛି ।  ସେଠାରେ ସେନାର ତିନୋଟି ବିଭାଗକୁ ବୃଦ୍ଧି କରାଯାଇଛି। ମୁହାଁମୁହିଁ ଚୀନ୍‌କୁ ଉପଯୁକ୍ତ ଜବାବ  ଦେବା ପାଇଁ ଏହି ସମସ୍ତ ପ୍ରସ୍ତୁତି ଚାଲିଛି।

ସରକାରୀ ସୂତ୍ରରୁ ଜଣାପଡିଛି ଯେ ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବ ଲଦାଖରେ ଉଭୟ ସେନା ଏବଂ ବାୟୁସେନାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନିୟୋଜିତ କରାଯାଇଛି। ଗତ କିଛି ସପ୍ତାହ ମଧ୍ୟରେ ଚୀନ୍ ସୁଖୋଇ -୩୦  ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ହାସଲ କରିଛି। ତା ସହିତ ଏଲଏସି  ରେ ରାସ୍ତା ନିର୍ମାଣ ମଧ୍ୟ ଚାଲୁରହିଛି।  ଏହା ସୁରକ୍ଷା ବାହିନୀର ଗତିବିଧିକୁ ସହଜ କରିବ।  ସ୍ଥାନୀୟ ଶ୍ରମିକମାନଙ୍କୁ ନିଯୁକ୍ତି ଦିଆଯାଇଛି। ସୀମା ସଡକ ସଂଗଠନ  ଦ୍ୱାରା ରାସ୍ତା ନିର୍ମାଣ ତ୍ୱରାନ୍ୱିତ ହେଉଛି ।

Share this: