ଅନୁଗୋଳ ଜିଲାରୁ ପୁଣି ୭୫ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

ଅନୁଗୋଳ(ମହିମା ଲାଇଭ): ଅନୁଗୋଳ ଜିଲ୍ଲାରୁ ଶୁକ୍ରବାର ଦିନ ୭୫ ଜଣ କାରୋନା ପଜିଟିଭ (Covid-19) ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବର୍ତ୍ତମାନ ୧୬୪୦ ରେ ପହଞ୍ଚିଛି।

ଆଜି ଚିହ୍ନଟ ଆକ୍ରାନ୍ତ ମାନଙ୍କ ମଧ୍ୟରେ ତାଳଚେର ବ୍ଲକ ଅଞ୍ଚଳରୁ ସର୍ବାଧିକ ୨୧ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୭ ଜଣ ପୁରୁଷ ୪ ଜଣ ମହିଳା ଅଛନ୍ତି। ଅନୁଗୋଳ ବ୍ଲକ ଅଞ୍ଚଳରୁ ୧୫ ଜଣ ଚିହ୍ନଟଙ୍କ ମଧ୍ୟରେ ୧୧ ପୁରୁଷ ୪ ମହିଳା,ବଅଁରପାଳ ବ୍ଲକ ଅଞ୍ଚଳରୁ ୧୨ ଜଣ ମଧ୍ୟରେ ୭ ପୁରୁଷ ୫ ମହିଳା, କଣିହାଁ ବ୍ଲକ ଅଞ୍ଚଳରୁ ୮ଜଣ ଚିହ୍ନଟଙ୍କ ମଧ୍ୟରେ  ୭ଜଣ ପୁରୁଷ ଜଣେ ମହିଳା, ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୫ ଜଣଙ୍କ ମଧ୍ୟରେ ୪ପୁରୁଷ ଓ ଜଣେ ମହିଳା ଏବଂ  ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରୁ ୪ ଜଣ ଚିହ୍ନଟଙ୍କ ମଧ୍ୟରେ  ୩ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।

ପାଲଲହଡ଼ା ବ୍ଲକ ଅଞ୍ଚଳରୁ ୪ ଜଣ  ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣ ପୁରୁଷ ଓ ଜଣେ ମହିଳା, ଅନୁଗୁଳ ପୌରାଞ୍ଚଳରୁ ୩ ଜଣ ପୁରୁଷ , ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୨ ଜଣ ପୁରୁଷ ଏବଂ କିଶୋରନଗର ବ୍ଲକ ଅଞ୍ଚଳରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି। ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣା ପଡ଼ିଛି।

ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ କୋଭିଡ଼ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ  ଓ ଅଳ୍ପ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ନିଜଘରେ ଆଇସୋଲେସନ୍ ରେ ରହିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି। ଇତି ମଧ୍ୟରେ ସୁସ୍ଥ ହୋଇଥିବା ୧୬ ଜଣଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସୁସ୍ଥ ହୋଇଥିବା ୫୬୬ ଜଣଙ୍କୁ ମିଶାଇ ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ୫୮୨ ରେ ପହଞ୍ଚିଛି।

Also Read:

ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୪୦୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ୧,୧୨,୦୬୨ ସୁସ୍ଥ

ଚୋରମାନେ ମନ୍ଦିରର ତିନି ପୂଜାରୀଙ୍କୁ ହତ୍ୟା କରି ନଗଦ ଟଙ୍କା ନେଇ ଫେରାର

Share this: