Odisha Panchayat Election Result: ଆସନ୍ତା କାଲିଠାରୁ ତିନିଦିନ ପଞ୍ଚାୟତ ନିର୍ବାଚନ ଭୋଟ ଗଣନା

Share this:

ଭୁବନେଶ୍ଵର: Odisha Panchayat Election Result ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଆସନ୍ତା କାଲିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୋଟ (Vote) ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ। ଏନେଇ ରାଜ୍ୟ ନିର୍ବାଚନ କମିଶନ (State Election Commission) ଙ୍କ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।

ସୂଚନା ଅନୁସାରେ ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଭୋଟ ଗଣନା କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ଜୋନରେ ଯେତିକି ଗ୍ରାମପଞ୍ଚାୟତ ରହିଛି, ସେହି ଅନୁସାରେ ଟେବୁଲ ରହିବ ଏବଂ କ୍ରମାଗତ ଭାବେ ଗଣନା ଜାରି ରହବ। ଓଡ଼ିଆ ବର୍ଣ୍ଣମାଳା ଅନୁଯାୟୀ ପଞ୍ଚାୟତଗୁଡିକୁ ଟେବୁଲ ଦିଆଯିବ। ଗୋଟିଏ ଟେବୁଲରେ ଜଣେ ଗଣନା ପରିଦର୍ଶକ, ଦୁଇ ଜଣ ସହକାରୀ ଗଣନା ଅଧିକାରୀ ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିବେ। କେଉଁ ଦଳ କେଉଁ ଟେବୁଲରେ ଗଣନା ପାଇଁ ବସିବେ, ସେ ନେଇ ଗୁଳା ପଡି ସ୍ଥିର କରାଯିବ। ଗଣନା ସମୟରେ ଜଣେ ପ୍ରାର୍ଥୀଙ୍କ ଜଣେ ଏଜେଣ୍ଟ ରହିବେ। ଯେତେଜଣ ପ୍ରାର୍ଥୀ ଥିବେ, ସେତିକି ଟ୍ରେ ଟେବୁଲରେ ରଖାଯିବା ସହ ଆଉ ଗୋଟିଏ ଟ୍ରେ ନାକଚ ପାଇଁ ରହିବ। ବାଲଟ ପେପରକୁ ରଙ୍ଗ ଅନୁସାରେ ଅଲଗା କରାଯାଇ ପ୍ରଥମେ ୱାର୍ଡ ମେମ୍ବର, ପରେ ସରପଞ୍ଚ ଓ ତା’ପରେ ସମିତି ସଭ୍ୟ ଏବଂ ସର୍ବଶେଷରେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା କରାଯିବ। ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରଥମ ଥରପାଇଁ ବ୍ଲକ କାର୍ଯ୍ୟାଳୟରେ ଏକକ ଭୋଟ୍‍ ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ।

ସୂଚନାଯୋଗ୍ୟ ଚଳିତ ପଞ୍ଚାୟତ ନିର୍ବାଚନରେ ୩୬ ହଜାର ୫୨୩ ୱାର୍ଡ଼ ମେମ୍ବର,୧୨୬ ସରପଞ୍ଚ, ୩୨୬ ସମିତି ସଭ୍ୟ ଓ ଜଣେ ଜିଲ୍ଲା ପରିଷଦ ସଭ୍ୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅବଶିଷ୍ଟ ପଦ ପାଇଁ ୨ ଲକ୍ଷ ୨୦ ହଜାର ପ୍ରର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।

Read Also | India-Russia Relation: ୟୁକ୍ରେନ୍‌ ଘଟଣାକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

Share this:

Leave a Reply

Your email address will not be published. Required fields are marked *