President Visit Odisha: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଜିଠାରୁ ତିନି ଦିନିଆ ଓଡିଶା ଗସ୍ତ ଆରମ୍ଭ

Share this:

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ (President Ram Nath Kovind)  ତାଙ୍କ ପତ୍ନୀ ଦେଶର ପ୍ରଥମ ଲେଡିଙ୍କ ସହ ତିନି ଦିନିଆ ଓଡିଶା (Odisha) ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ଵର (Bhubaneswar) ରେ ପହଞ୍ଚିଛନ୍ତି।

ବିମାନ ବନ୍ଦରରେ ଶ୍ରୀ କୋବିନ୍ଦଙ୍କୁ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ (Odisha Governor Prof Ganeshi Lal), ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik), କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Ministers Dharmendra Pradhan), ପ୍ରତାପ ଷଡଙ୍ଗୀ (Pratap Sharangi), ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ(Aparajita Sharangi), ଡିଜିପି ଅଭୟ (DGP Abhaya) ଏବଂ ଅନ୍ୟାନ୍ୟ ବିଜେପି ନେତାମାନେ ସ୍ୱାଗତ କରିଛନ୍ତି।

ଆଜି ସନ୍ଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରୀଯାପନ କରିବେ। ଆସନ୍ତାକାଲି ରବିବାର ରାଷ୍ଟ୍ରପତି ରାଉରକେଲା ଯାଇ ଏନ୍‍ଆଇଟି (National Institute of Technology-NIT ) ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଦିନ ୧୧ଟା ବେଳେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ଦିନ ୩ ଟା ୪୫ ମିନିଟରେ ଆଇଜିଏଚ୍‍ର ସୁପର ସ୍ପେଶାଲିଟି ହସ୍ପିଟାଲର ଉଦ୍‍ଘାଟନ କରିବେ। ଏଥିପାଇଁ ଇସ୍ପାତ୍‍ ମନ୍ତ୍ରଣାଳୟ ୨୯୪ କୋଟି ୮୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ୧୯୫୯ ମସିହାରେ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀ ଓ ପରିବାର ସଦସ୍ୟଙ୍କ ଚିକିତ୍ସାପାଇଁ ଏହି ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିଲା। ବିଭିନ୍ନ ପ୍ରକାର ରୋଗୀଙ୍କ ଚିକିତ୍ସା ପାଇଁ ଏଠାରେ ୬୦୦ ଶଯ୍ୟାର ବ୍ୟବସ୍ଥା ଥିଲା ପରେ ଆଉ ୨୦୦ ଶଯ୍ୟା ବୃଦ୍ଧି କରାଯାଇ ଏହାକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରାଯାଇଛି।

ଏଠାରେ ନ୍ୟୁରୋଲୋଜି, ନ୍ୟୁରୋ-ସର୍ଜରୀ, କାର୍ଡିଓଲୋଜି ଏବଂ କାର୍ଡିଓଥୋରାସିସ୍‍ ଓ ଭାସ୍କୁଲାର୍‍ ସର୍ଜରୀର ବ୍ୟବସ୍ଥା ରହିଛି। ୩୨ ହଜାର ୯୫୦ ବର୍ଗମିଟରରୁ ଅଧିକ ପରିବ୍ୟାପ୍ତ ଏହି ହସ୍ପିଟାଲରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ରହିଛି। ଇସ୍ପାତ୍‍ ମନ୍ତ୍ରଣାଳୟର ସହାୟତାରେ ନିର୍ମିତ ଏହି ସୁପର ସ୍ପେଶାଲିଟି ହସ୍ପିଟାଲକୁ ଆସନ୍ତାକାଲି ରାଷ୍ଟ୍ରପତି ଉଦ୍‍ଘାଟନ କରିବେ।

ସେହିପରି ଆସନ୍ତା ସୋମବାର ଦିନ ରାଷ୍ଟ୍ରତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିବେ। ରାଷ୍ଟ୍ରତିଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍‍ପି  କେ.ବି.ସିଂହ ଆଜି ବିଭିନ୍ନ ସ୍ଥାନ ପରିଦର୍ଶନ କରି ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ

କରିଛନ୍ତି। ରାଷ୍ଟ୍ରତି ଶ୍ରୀ କୋବିନ୍ଦ ସୋମବାର ପୂର୍ବାହ୍ନ ୮ଟା ୪୫ରେ ସେନାବାହିନୀ ହେଲିକେପ୍ଟର ଯୋଗେ ପୁରୀ ତାଳବଣିଆଠାରେ ପହଁଚିବେ। ସେଠାରୁ ବୁଲେଟ୍‍ ପ୍ରୁଫ୍‍ କାର ଯୋଗେ ରାଷ୍ଟ୍ରତି କଡା ସୁରକ୍ଷା ମଧ୍ୟରେ ଭିଆଇପି ରୋଡ ଓ ବଡଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯିବେ।

ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ନିକଟରେ ରାଷ୍ଟ୍ରତିଙ୍କୁ ସ୍ୱାଗତ କରାଯିବ। ରାଷ୍ଟ୍ରତିଙ୍କ ପ୍ରବେଶର ପ୍ରାୟ ୩୦ ମିନିଟ୍‍ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଅନ୍ୟ କୌଣସି ଭକ୍ତଙ୍କୁ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ। ଏହି ସମୟରେ ପାଳିଆ ସେବକ, ମନ୍ଦିର କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ।

ସିଂହଦ୍ୱାର ନିକଟରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ରାଷ୍ଟ୍ରତିଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି। ରତ୍ନସିଂହାସନ ନିକଟରେ ଠିଆ ହୋଇ ରାଷ୍ଟ୍ରତି ଶ୍ରୀଜୀଉଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ଏହାପରେ ସେ ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୯ଟା ୫ରୁ ୯ଟା ୪୫ ମିନିଟ୍‍ ପର୍ଯ୍ୟନ୍ତ ରାଷ୍ଟ୍ରତି ଶ୍ରୀମନ୍ଦିରରେ ରହିବେ। ଏହାପରେ ରାଷ୍ଟ୍ରପତି ହେଲିକେପ୍ଟର ଯୋଗେ ଯାଇ ଦିନ ୧୦ଟା ୨୫ରେ କୋଣାର୍କ (Konark) ରେ ପହଁଚିବେ। ଦିନ ୧୦ଟା ୪୫ରୁ ୧୧ଟା ୧୫ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ। ସେଠାରୁ ଓଡିଟିସି ଯାତ୍ରୀ ନିବାସ ଯାଇ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୪ଟା ୧୫ରେ ସେଠାରୁ ରାଷ୍ଟ୍ରପତି ଭୁବନେଶ୍ୱର ଫେରିବେ।

ରାଷ୍ଟ୍ରତିଙ୍କ ପୁରୀ ଓ କୋଣାର୍କ ଗସ୍ତକୁ ଦୃଷ୍ଟିରେ ରଖି ୨୦ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସମେତ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ବୋମା ନିଷ୍କ୍ରିୟକାରୀ ଦଳ, କେନ୍ଦ୍ରୀୟ ଗୁଇନ୍ଦା ବାହିନୀ ଓ ଡଗ ସ୍ୱାଡ୍‍ଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯିବ।

Share this:

Leave a Reply

Your email address will not be published. Required fields are marked *