ଆଜି ଅନୁଗୋଳରୁ ପୁଣି ୮୩ ଜଣ ପଜିଟିଭ ଚିହ୍ନଟ, ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା

Share this:

ଅନୁଗୋଳ: ଅନୁଗୋଳ  ଜିଲ୍ଲାରୁ ଆଜି ପୁଣି ୮୩ ଜଣ କରୋନା (Covid -୧୯ )ପଜିଟିଭ ଚିହ୍ନଟ ହୋଇଛନ୍ତି।  ବର୍ତ୍ତମାନ ଜିଲ୍ଲାରେ ପଜିଟିଭ ସଂଖ୍ୟା ୧୨୯୪ ରେ ପହଞ୍ଚିଛି। ଆଜି ଚିହ୍ନଟଙ୍କ ମଧ୍ୟରେ ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨୮ ଜଣଙ୍କ ମଧ୍ୟରେ ୧୬ ଜଣ ପୁରୁଷ ଓ ୧୨ ଜଣ ମହିଳା ଅଛନ୍ତି। ତାଳଚେର ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଅନୁଗୋଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୪ ଜଣଙ୍କ ମଧ୍ୟରେ ୧୧ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। କିଶୋରନଗର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୧ ଜଣଙ୍କ ମଧ୍ୟରେ ୭ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି।

ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସମସ୍ତ ୧୦ ଜଣ ଆକ୍ରାନ୍ତ ପୁରୁଷ ଅଟନ୍ତି। ଅନୁଗୁଳ ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ୭ଜଣ ଙ୍କ ମଧ୍ୟରେ ୬ଜଣ ପୁରୁଷ ଓ  ଜଣେ ମହିଳା ଅଛନ୍ତି। ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରେ ୪ଜଣ ପୁରୁଷ ଓ ଜଣେ ମହିଳା ଥିବାର ଜଣାପଡିଛି।ସେହିପରି ପାଲଲହଡ଼ା ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡ଼ିଛି।

ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ କୋଭିଡ଼ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ  ଓ ଅଳ୍ପ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ନିଜଘରେ ଆଇସୋଲେସନ୍ ରେ ରହିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି କହିଛନ୍ତି।

ଏଥି ସହିତ ସୁସ୍ଥ ହୋଇଥିବା ୧୨ ଜଣ ଙ୍କୁ ନିଜ ଘରେ ଆଇସୋଲେସନ୍ ରେ ରହିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସୁସ୍ଥ ହୋଇଥିବା ୫୧୬ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୫୨୮ ରେ ପହଞ୍ଚିଲା।

Also Read:

ଭାରତରେ କରୋନା ସ୍ଥିତି ଅସମ୍ଭାଳ,ଗତ ୨୪ ଘଣ୍ଟାରେ ୯୦ହଜାର ପାର

ଓଡିଶାରେ ୨୦୨୪ରେ ବିଜେପି ସରକାର ଗଠନ କରିବାର ସଂକଳ୍ପ ମନ୍ତ୍ର ଦେଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼.ଜେପି ନଡ୍ଡା

ଭାରତର ‘ସବୁଠୁ ବଡ’ ମାମଲା ଲଢିଥିବା କେଶବାନନ୍ଦ ଭାରତୀଙ୍କ ପରଲୋକ

Share this: