ଓଡିଶାରେ ୨୦୨୪ରେ ବିଜେପି ସରକାର ଗଠନ କରିବାର ସଂକଳ୍ପ ମନ୍ତ୍ର ଦେଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼.ଜେପି ନଡ୍ଡା

Share this:

ଭୁବନେଶ୍ୱର: ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଯୋଗଦେଇଥିଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼. ଜଗତପ୍ରକାଶ ନଡ୍ଡା। ଉପଦେଶ ସହିତ ଦଳ ପାଇଁ କାମ କରିବାକୁ ପରାମର୍ଶ ଦେଲେ ଯେପରି ରାଜ୍ୟର ସଙ୍ଗଠନର ଦୃଢ଼ୀକରଣ ଓ ଭୋଟହାର ବୃଦ୍ଧି ହେବ। ୨୦୨୪ ସୁଦ୍ଧା ଦଳର ଭୋଟହାର ୫୦ ପ୍ରତିଶତରେ ପହଞ୍ଚାଇବା ନିମନ୍ତେ କାର୍ଯ୍ୟ କରିବାକୁ ଶ୍ରୀ ନଡ୍ଡା ଦଳୀୟ ନେତା ଓ କାର୍ଯ୍ୟକର୍ତାମାନଙ୍କୁ ଦାୟିତ୍ଵ ଦେଇଛନ୍ତି। ଦୀର୍ଘ ସମୟ ରାଜନୈତିକ ଲଢେଇ ପରେ ବିଜେପିକୁ ଓଡିଶାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମିଳିଛି।

ଶ୍ରୀ ଜେପି ନଡ୍ଡା କାଇଛନ୍ତିଯେ, ଗତ ୨୦୧୯ ଲୋକସଭା ନିର୍ବାଚନରେ ପାଖାପାଖି ୧ କୋଟି ଭୋଟ ବିଜେପି କୁ ମିଳିଛି। ୩୩ଟି ଅନୁସୂଚିତ ଜାତି ଜନଜାତିର ବିଧାନସଭା ଆସନରୁ ୧୧ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ୨୧ ପ୍ରତିଶତ ଭୋଟ ମିଳିଥିଲା। ୨୦୧୯ରେ ୩୮ ପ୍ରତିଶତ ଏବଂ ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିକୁ ୧୮ ପ୍ରତିଶତ ଭୋଟ ମିଳିଥିବାବେଳେ ୨୦୧୯ ରେ ଏହା ୩୨ ପ୍ରତିଶତ ଭୋଟ ପାଇଛି। ଆଗାମୀ ଦିନରେ ଆମେ ୫୦ ପ୍ରତିଶତ ଭୋଟ ହାସଲ କରି ଓଡିଶାରେ ବିଜେପି ସରକାର ଗଠନ କରିବାର ସଂକଳ୍ପ ନେବା ବୋଲି କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ସେ ଦେଶରେ କୋଭିଡ଼୧୯ (Covid -19) ସ୍ଥିତି, ପ୍ରଧାନମନ୍ତ୍ରୀଙ୍କ ଭୂମିକା ଓ ୟୁନିସେଫର ପ୍ରଶଂସା ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି କୋଭିଡ ସଙ୍କଟ ସମୟରେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ‘ଲକଡାଉନ ଓ ଜନତା କର୍ଫୁ’  ପଦକ୍ଷେପକୁ ସମଗ୍ର ବିଶ୍ୱ ଓ ୟୁନିସେଫ (Unicef ) ପ୍ରଶଂସା କରିଛନ୍ତି। କୋଭିଡ ଟେଷ୍ଟିଂ ସଂଖ୍ୟା ପ୍ରତିଦିନ ୧୫ ଶହ ରୁ ୧୦ ଲକ୍ଷ ୧୦ ହଜାରକୁ ବୃଦ୍ଧି ହୋଇପାରିଛି। ସ୍ୱାସ୍ଥ୍ୟ ସେବା ପାଇଁ ପିପିଇ କିଟ୍ ଭାରତରେ ଉତ୍ପାଦନ ହେଉନଥିବାବେଳେ ବର୍ତମାନ ପ୍ରତିଦିନ ୪ ଲକ୍ଷ ୫୦ ହଜାର ପିପିଇ କିଟ୍ ପ୍ରସ୍ତୁତ ହେଉଛି।

ଜାତୀୟ ଶିକ୍ଷାନୀତି ୨୦୨୦(National Education Policy -୨୦୨୦ )କୁ ଦେଶର ଭାଗ୍ୟ ବଦଳାଇବା ପଦକ୍ଷେପ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ, ୮୦ କୋଟି ଗରିବ ଲୋକଙ୍କୁ ମାର୍ଚ୍ଚରୁ ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣା ଚାଉଳ, ଗହମ, ଡ଼ାଲି ଯୋଗାଣ, ୮ କୋଟି ମହିଳାଙ୍କୁ ମାଗଣା ଗ୍ୟାସ, ୨୦ କୋଟି ଗରିବ ଲୋକଙ୍କୁ ଜନଧନ ଯୋଜନାରେ ୧୫ ଶହ ଟଙ୍କା ଲେଖାଏ ସହାୟତା, ଚାଷୀଙ୍କୁ ପିଏମ କିଶାନ ଯୋଜନାରେ ୨ ହଜାର ଟଙ୍କା ଆର୍ଥିକ ସହାୟତା କରୋନା କାଳରେ ଦେଇଥିବାରୁ ଏହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ ନେତା ଓ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପିପିଲିର ଚାନ୍ଦୁଆ, ରାଘୁରାଜପୁର ପଟ୍ଟଚିତ୍ର ଓ ବୟନଶିଳ୍ପକୁ ଗ୍ଲୋବାଲ କରିବା ଦରକର। ଆଗାମୀ ଦିନେର ୬ ଲକ୍ଷ ଗାଁକୁ ଅପଟିକାଲ ଫାଇବାର(OFC) ସଂଯୋଗୀ କରଣ କରି ଡିଜିଟାଲ ଗାଁ (Digital  Village )ନିର୍ମାଣ ହେବ। କରୋନା ସଙ୍କଟ ସମୟରେ ରାଜ୍ୟ ବିଜେପି କାର୍ଯ୍ୟକର୍ତାମାନେ ୬ ଲକ୍ଷ ୯୦ ହଜାର ରାସନ କିଟ, ୭ଲକ୍ଷ ସାନିଟାଇଜର ଏବଂ ସାଢେ ୫ ଲକ୍ଷ ମାସ୍କ ଜନସାଧାରଣଙ୍କୁ  ଦେଇଥିବା କାର୍ଯ୍ୟକୁ ଶ୍ରୀ ନଡ୍ଡା ଉଚ୍ଚପ୍ରଶଂସା କରିଛନ୍ତି।

କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟସରକାର ନିଜ ନାଁରେ ନାମିତ କରି ପ୍ରଚାର କରିବା ନିନ୍ଦନୀୟ ବୋଲି କହିଛନ୍ତି ଶ୍ରୀ ନଡ୍ଡା। ଗରିବ ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ ରଖୁଛନ୍ତି ରାଜ୍ୟସରକାର। ଆୟୁଷ୍ମାନ ଭାରତ ଯୋଜନା ଓଡିଶାରେ ଲାଗୁ କଲେ ରାଜ୍ୟର ୨ କୋଟି ୪୦ ଲକ୍ଷ ଗରିବ ଲୋକ ଉପକୃତ ହେବେ ବୋଲି ଶ୍ରୀ ନଡ୍ଡା କହିଛନ୍ତି।

ଓଡ଼ିଶାର ୫ ଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ରୋଜଗାର ଅଭିଯାନ କାର୍ଯ୍ୟକ୍ରମ, ୪୫୧ କି.ମି ଦୀର୍ଘ ବିଶିଷ୍ଟ ଦୀଘା-ଗୋପାଳପୁର ଉପକୂଳ ସଡକ ପଥ ନିର୍ମାଣ ପାଇଁ ୯ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ, ୨୯୦ କି.ମି. ଦୀର୍ଘ ବିଶିଷ୍ଟ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ୩୭୫୧ କୋଟି ଅନୁଦାନ, କଟକ- ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥର ନିର୍ମାଣ ନିମନ୍ତେ କେନ୍ଦ୍ରୀୟ ଅନୁଦାନ କଥା ରାଜ୍ୟର ନେତା ଓ କାର୍ଯ୍ୟକର୍ତାଙ୍କୁ ସ୍ମରଣ କରାଇ ଦେବା ସହ ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ। ଆଗାମୀ ସାଧାରଣ ନିର୍ବାଚନ ପାଇଁ ଋଣନୀତି ପ୍ରସ୍ତୁତ କରି କାର୍ଯ୍ୟ କରିବାକୁ ଶ୍ରୀ ନଡ୍ଡା ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ଦିଲ୍ଲୀରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ୍ ପାତ୍ର,ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡିଶା ପ୍ରଭାରୀ ଅରୁଣ ସିଂ,  ଭୁବନେଶ୍ୱରରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Also Read:

ଅନୁଭବଙ୍କ ବିରୋଧରେ କୋର୍ଟ ଗଲେ ପତ୍ନୀ ବର୍ଷା,ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ

Share this: