Covid19 Odisha Updates: ଆଜି ଓଡ଼ିଶାରେ ରେକର୍ଡ ସଂଖ୍ୟକ ୧୭୪୧ କରୋନା ପଜିଟିଭ ଚିହ୍ନଟ, ବଢୁଛି ଲୋକାଲ ସଂକ୍ରମଣ

Share this:

ଭୁବନେଶ୍ଵର: ଆଜି ରାଜ୍ୟର ୩୦ ଜିଲ୍ଲାରୁ ୧୭୪୧ ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୦୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୭୨୬ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବିନା ଲକଡାଉନରେ କରୋନା ସହ ଲଢିବା, ସଭିଏଁ ମାସ୍କ ପିନ୍ଧିବା ଏବଂ ସମସ୍ତ କୋଭିଡ଼ ନିୟମ ପାଳନ କରିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।   

ଆଜି ସର୍ବାଧିକ ୨୬୮ଜଣ କରୋନା ସଂକ୍ରମିତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୪୩ଜଣ, ବାଲେଶ୍ଵରରୁ ୧୫୮ଜଣ, ବରଗଡ଼ରୁ ୯୭ଜଣ, ଭଦ୍ରକରୁ ୧୧ଜଣ, ବଲାଙ୍ଗରିରୁ ୯୩ଜଣ, ବୌଦ୍ଧରୁ ୫ଜଣ, କଟକରୁ ୫୮ଜଣ, ଦେଓଗଡ଼ରୁ ୯ଜଣ, ଢେଙ୍କାନାଳରୁ ୨ଜଣ, ଗଜପତିରୁ ୧୪ଜଣ, ଗଞ୍ଜାମରୁ ୯ଜଣ, ଜଗତସିଂପୁରରୁ ୯ଜଣ, ଯାଜପୁରରୁ ୩୮ଜଣ, ଝାରସୁଗୁଡାରୁ ୪୩ଜଣ, କଳାହାଣ୍ଡିରୁ ୧୧୪ଜଣ, କନ୍ଧମାଳରୁ ୮ଜଣ, କେଉଁଝରରୁ ୫୩ଜଣ, କୋରାପୁଟରୁ ୯ଜଣ, କେନ୍ଦ୍ରାପଡ଼ାରୁ ୨ଜଣ,ଖୋର୍ଦ୍ଧାରୁ ୨୦୪ଜଣ, ମୟୁରଭଞ୍ଜରୁ ୩୯ଜଣ, ମାଲକାନଗିରିରୁ ୩ଜଣ, ନବରଙ୍ଗପୁରରୁ ୮୦ଜଣ, ନୟାଗଡ଼ରୁ ୭ଜଣ, ନୂଆପଡ଼ାରୁ ୯୬ଜଣ, ପୁରୀରୁ ୫୪ଜଣ, ରାୟଗଡାରୁ ୩୫ଜଣ, ସମ୍ବଲପୁରରୁ ୧୨୧ଜଣ, ସୋନପୁରରୁ ୧୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୪୬ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୪ ଲକ୍ଷ ୪୫୬ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୫୧ ହଜାର ୩୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୫୯ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୪୦   ହଜାର ୬୨ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯ ହଜାର ୨୫୯ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Share this: