Corona Vaccination India: ୧୦କୋଟି ଲୋକଙ୍କୁ ଟିକାକରଣ କରି ଭାରତ ଶୀର୍ଷରେ; ଆମେରିକା ଓ ଚୀନ୍‍ ଅଛନ୍ତି ପଛରେ

Share this:

ନୂଆଦିଲ୍ଲୀ: କରୋନା ମହାମାରୀ (Corona Pandemic) ବିରୁଦ୍ଧରେ ଭାରତ (India) ଆରମ୍ଭ କରିଥିବା ବିଶ୍ୱର ବୃହତ ଟିକାକରଣ ଅଭିଯାନରେ ଆଉ ଏକ ଉଲ୍ଲେଖନୀୟ ସଫଳତାହାସଲ କରିଛି। ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଅନୁସାରେ, ୮୫ ଦିନ ମଧ୍ୟରେ ୧୦କୋଟି ଲୋକଙ୍କୁ ଟିକାକରଣ କରି ଭାରତ ଏହି କୀର୍ତ୍ତିମାନ ସ୍ଥାପନ କରିଛି। ଆମେରିକା (America) ଓ ଚୀନ୍‍ (China) କୁ ପଛରେ ପକାଇ ଦ୍ରୁତ ଟିକାକରଣ କ୍ଷେତ୍ରରେ ଶୀର୍ଷସ୍ଥାନରେ ପହଞ୍ଚିଛି।

ଚଳିତବର୍ଷ ଜାନୁୟାରୀ ୧୬ ତାରିଖରେ ଦେଶବ୍ୟାପି ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏହି ୮୫ଦିନରେ ଆମେରିକା ୯କୋଟି ୨୦ଲକ୍ଷ ଲୋକଙ୍କ ଟିକାକରଣ କରିଥିବାବେଳେ ଚୀନ ସେହି ସମୟ ମଧ୍ୟରେ ୬କୋଟି ୧୦ଲକ୍ଷ ଲୋକଙ୍କୁ ଟିକା ଦେଇପାରିଛି। ତେବେ ଭାରତ ଏହି ୮୫ ଦିନ ମଧ୍ୟରେ ୧୦କୋଟି ୧୬ଲକ୍ଷରୁ ଅଧିକ ଲୋକଙ୍କୁ ଟିକାଦାନ କରିପାରିଛି।

ସେହିପରି କରୋନା (Corona Virus) ସଂକ୍ରମଣ ବିରୋଧରେ ସଂଗ୍ରାମକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଆଜିଠାରୁ ସମଗ୍ର ଦେଶରେ ଟିକାଉତ୍ସବ (Tika Utsav) ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଏହି ଟିକାଉତ୍ସବ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।

PC_header2 amazon

ଏଥିଲାଗି ସମସ୍ତ ପ୍ରକାର ଆନୁଷଙ୍ଗୀକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ର ସରକାର ପଠାଇଥିବା ପାଖାପାଖି ଅଢ଼େଇ ଲକ୍ଷ କୋଭିସିଲ୍ଡ (Covishield) ଟିକା ଗତକାଲି ରାଜ୍ୟରେ ଆସି ପହଞ୍ଚି ସାରିଛି। ସବୁ ଜିଲ୍ଲାକୁ ଏହା ବଣ୍ଟନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ଟିକା ପହଞ୍ଚିବା ପରେ ଅଧିକ ସଂକ୍ରମିତ ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଇଛି। ସେଥିଲାଗି ଖୋର୍ଦ୍ଧା, ସୁନ୍ଦରଗଡ଼, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାକୁ ଟିକା ଅଧିକ ମାତ୍ରାରେ ବଣ୍ଟାଯାଇଛି ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ମହଜୁଦ୍‍ ଥିବା ଟିକାର ମାତ୍ରାକୁ ଦୃଷ୍ଟିରେ ରଖି ୫୭୯ଟି କେନ୍ଦ୍ରରେ ଟିକାକରଣ ଚାଲିଛି ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Share this: